ସତ୍ୟବାଦୀରେ ଆଳୁ, ପିଆଜ କିଲୋ ୪୦
ସାକ୍ଷୀଗୋପାଳ -----କରୋନାକୁ ନେଇ ସାରା ଦେଶ ଚିନ୍ତିତ ଥିବା ବେଳେ କେତକ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବାକୁ ପଛାଉନାହାନ୍ତି । ସେହିପରି ଲୋକମାନେ ଆତଙ୍କିତ ହୋଇ ବସ୍ତା ବସ୍ତା ଆଳୁ କିଣି ନେଉଛନ୍ତି । ଏହାର ଫାଇଦା ଆଳୁ ବ୍ୟବସାୟୀ ମାନେ ଉଠାଉଛନ୍ତି । ହଠାତ ଆଳୁ , ପିଆଜ ସତ୍ୟବାଦୀ ବଜାରରୁ ଉଭାନ ହୋଇଯାଇଛି । ଯେଉଁମାନେ ବିକ୍ରୟ କରୁଛନ୍ତି ସେମାନେ ୩୦ ରୁ ୪୦ ଟଙ୍କା କିଲୋପ୍ରତି ନେଉଥିବାର ଜଣାପଡିଛି । ସେହିପରି ମାଛ କିଲୋ ପ୍ରତି ୨୫୦ ଟଙ୍କା । ଡାଲି କିଲୋ ୧୫୦ ଟଙ୍କା । ଏହାକୁ ନଜର କରି ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସତ୍ୟବାଦୀରେ ନାମକୁ ମାତ୍ର ଚଡାଉ କରାଯାଉଛି ବୋଲି ଲୋକମାନେ କହନ୍ତି । ବ୍ୟବସାୟୀ ମାନେ ଯେଉଁଠି ଆଳୁ ଗୋଦମ କରିଛନ୍ତି ସେଠାରେ ତନକି ନ କରି ଅନ୍ୟ ଯାଗାରେ କରାଯାଉଛି ବୋଲି ଜଣାପଡିଛି ।।
ସାକ୍ଷୀଗୋପାଳ ପୂର୍ଣ୍ଣାଙ୍ଗ ତ୍ରିପାଠୀ