ସତ୍ୟବାଦୀରେ ଲକ୍ ଡାଉନକୁ ଲୋକ ମାନୁ ନାହାନ୍ତି , ସାରଙ୍ଗଯୋଡି ହାଟରେ ଜନ ଗହଳି
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଅଞ୍ଚଳରେ ଲକ୍ ଡାଉନକୁ ଲୋକ ମାନେ ମାନୁନାହାନ୍ତି । ବିଶେଷ କରି ସତ୍ୟବାଦୀ ଥାନା ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ବ୍ୟବସାୟୀ ଓ ଲୋକମାନେ ସରକାରଙ୍କ ଲକ୍ ଡାଉନକୁ ମାନୁ ନାହାନ୍ତି ବୋଲି ବୁଦ୍ଧିଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି । ବ୍ୟବସାୟୀ ମାନେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦେକାନ ଖୋଲୁଛନ୍ତି । ସେମାନେ ସାମାଜିକ ଦୂରତ୍ୱ କଥାକୁ ଭୁଲି ଯାଉଛନ୍ତି । ଏପରିକି ମାଛ, ମାସ , ପରିବା ଓ ସଉଦା ଦେକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । କରୋନା ଭୁତାଣୁ ଏବେ ସାରା ଦେଶରେ ତାର କାୟା ବିସ୍ତାର କରି ଚାଲିଛି । ଯାହା ଫଳରେକି ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଡିବାରେ ଲାଗିଛି । ଏହାକୁ ନଜର କରି କେନ୍ଦ୍ର ଓ ରାଜ୍ୟ ସରକାର କରୋନାର ମୁକାବିଲା କରିବା ପାଇଁ ଲକ୍ ଡାଉନ ଜାରି କରାଯାଇଛି । ଏହାକୁ ଏବେ ସତ୍ୟବାଦୀରେ କିଛି ଲୋକମାନେ ମାନୁ ନଥିବା ନଜରକୁ ଆସିଛି । ବିଶେଷ କରି ବଜାର, ଛକ ମାନଙ୍କରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଲୋକମାନେ ମଟର ସାଇକେଲ ଧରି ବୁଲୁଥିବାର ଦେଖାଯାଉଛି । ସେହିପରି ସତ୍ୟବାଦୀ ବ୍ଳକରେ ଦୁଇଟି ସାପ୍ତାହିକ ହାଟ ରହିଛି । ଗୋଟିଏ ଗବକୁଣ୍ଡ ଅନ୍ୟଟି ସାରଙ୍ଗଯୋଡି ହାଟ । ରବିବାର ସାରଙ୍ଗଯୋଡି ହାଟ ଥିବାରୁ ପ୍ରଶାସନ ପକ୍ଷରୁ ହାଟ ପଡିଆରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଚିହଟ୍ନ କରାଯାଇଥିଲା । ବ୍ୟବସାୟୀ ଓ ଚାଷୀ ମାନଙ୍କ ପାଇଁ ଚିହ୍ନଟ ସ୍ଥାନରେ କିଛି ବସିଥିବା ବେଳେ କେତକ ଚାଷୀ ମନଇଛା ବସିଥିଲେ । ଏଠାରୁ ସାକ୍ଷୀଗୋପାଳ, ଚନ୍ଦନପୁର, ପୁରୀ, ପିପିଲି ଓ ଭୁବନେଶ୍ୱରରୁ ପରିବା ବେପାରୀ ମାନେ ଏହି ହାଟକୁ ଆସିଥାନ୍ତି । ସେହିପରି ଗରାକ ମାନଙ୍କ ପାଇଁ ଚିହ୍ନଟ କରାଯାଇଥିବା ସ୍ଥାନରେ କେହି ନ ରହି ଏକ ସଙ୍ଗେ ଶହଶହ ଲୋକମାନେ ମନ ଇଛା ପରିବା ହାଟରେ ବୁଲିକି ପରିବା କିଣିଥିଲେ । ଯାହା ଫଳରେକି ସାମାଜିକ ଦୂରତ୍ୱ ରକ୍ଷା ହୋଇ ପାରିନଥିଲା । ଖବର ପାଇ ସତ୍ୟବାଦୀ ପୋଲିସ ର୍ଫୋସ ସହିତ ହାଟରେ ପହଞ୍ଚିବା ପରେ ହାଟରୁ ଲୋକମାନେ ଭୟରେ ପଳାଇଥିବାର ଦେଖାଯାଇଥିଲା । ଏବେ ବର୍ତ୍ତମାନ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଦେକାନ ବଜାର ଗୁଡିକ ସମାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି । ଦେକାନ ପାଖରେ ଲୋକମାନେ ଭିଡ ଜମାଉ ଥିବାର ଦେଖାଯାଉଛି । ଲୋକମାନେ ସଚେତନତା ହେଉନଥିବାରୁ ପ୍ରଶାସନର ମୁଣ୍ଡବିନ୍ଦାର କାରଣ ସାଜିଛି । ଅନ୍ୟ ପକ୍ଷେ ସତ୍ୟବାଦୀ ପୋଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଲୋକମାନେ ଲକ୍ ଡାଉନକୁ ମାନୁନଥିବା ସ୍ଥାନୀୟ ବୁଦ୍ଧିଜିବୀ ମାନେ କହନ୍ତି । ତୁରନ୍ତ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି । ଆସନ୍ତା କାଲି ଗବକୁଣ୍ଡ ହାଟ ପାଳି ଥିବାରୁ ସେଠାରେ ନିଶ୍ଚିତ ଲୋକଗହଳି ଲାଗି ରହିବ ବୋଲି ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି