ବ୍ୟବସାୟି ବାଣ୍ଟିଲେ କରୋନା ସଚେତନତା ବାର୍ତ୍ତା
କୁଜଙ୍ଗ-----ମାରାତ୍ମକ କରୋନା ସଂକ୍ରମଣକୁ ରୋକିବାକୁ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ପଞ୍ଚାୟତର ନାଏବ ସରପଞ୍ଚ ତଥା ବ୍ୟବସାୟି ନିତ୍ୟାନନ୍ଦ ସ୍ୱାଇଁ ଲୋକଙ୍କ ମଧ୍ୟରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ପେଷା ତାଙ୍କର ପରିବା ବ୍ୟବସାୟ ମାତ୍ର କରୋନା ବିଷୟରେ ଜାଣିବା ପରେ ସେ ଗ୍ରାମରେ ଓ ବଜାରରେ ବିଭିନ୍ନ ଲୋକଙ୍କୁ ବାରମ୍ବାର ସାବୁନୁରେ ହାତ ଧୋଇବା ପାଇଁ ବୁଝାଇ ଚାଲିଛନ୍ତି । ତାଙ୍କର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ଖବର କାଗଜ ବିତରକ ଅକ୍ଷୟ ନାଥ, ବିଶ୍ୱନାଥ ବିଶ୍ୱାଳ ପ୍ରକାଶ ଭୋଳ, ପ୍ରଭୃତି ଶ୍ରୀ ସ୍ୱାଇଁଙ୍କୁ ଉତ୍ସାହିତ କରିଛନ୍ତି ।
ଜଗତସିଂହପୁରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରୁ ପ୍ରଳୟ କୁମାର ମହାପାତ୍ର