କରୋନା ପାଇଁ ଗୀତା ପାଠ, ଜନତା କର୍ଫ୍ୟୁକୁ ସମର୍ଥନ
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ତଳି ଟାମ୍ପରସରା ଗ୍ରାମରେ ସମଗ୍ର ବିଶ୍ୱରେ ବ୍ୟାପିଥିବା ମହାମାରୀ କରୋନା ଭୁତଣୁକୁ ଦୁରେଇବା ପାଇଁ କେଉଁଠି ମହାମୃତ୍ୟୁଞ୍ଜୟ ଜପ ତ ଆଉ କେଉଁଠି ଗୀତା ପାଠ ଆରମ୍ବ ହୋଇଯାଇଛି।ଗ୍ରାମର ହୃଷିକେଶ କର,ସତ୍ୟ ନାରାୟଣ ମହାନ୍ତି,ଗୋବର୍ଦ୍ଧନ ଧର ଓ ରାଧେଶ୍ୟାମ ପାଣିଗ୍ରାହୀ ପୃଥକ ପୃଥକ ଭାବେ ଘର ଭିତରେ ଥିବା ଲୋକଙ୍କ ପାଇଁ ମାଇକ ଜରିଆରେ ଗୀତା ପାଠ ଶୁଣାଇଥିଲେ।ଗ୍ରାମବାସୀ କରୋନା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ସହ ସଜାଗ ପାଇଁ ପରିବାର ମାନଙ୍କରେ ଆଲୋଚନା କରିବା ସାବୁନ ଓ ପାଣି ଦେଇ ହାତ ଧୋଇବା ପାଇଁ ଲୋକଙ୍କୁ ସଚେତନ କରେଇଥିଲେ।ଏଥିରେ ସୁଦାମ ପାଣିଗ୍ରାହୀ,ସାଲେଗ୍ରାମ ଧର ଓ ବିନୋଦ ପଣ୍ଡା ପ୍ରମୁଖ ଲୋକଙ୍କୁ ସଚେତନ କରାଇଥିଲେ।ଏଥି ସହ ବରଗଡ,ଅତାବିରା,ସହର ଠାରୁ ପୁରପଲ୍ଲୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁରେ ଅଞ୍ଚଳଟି ସମ୍ପୂର୍ଣ୍ଣ ଶୁନଶାନ ରହିଥିଲା ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ