କୋଣାର୍କ ଏନଏସିରେ ପିଡିଏସ ଚାଉଳ ବଣ୍ଟନ; କରୋନା ଭୟରେ ବିଭିନ୍ନ ଗ୍ରାମ, ସାହି ଓ ବସ୍ତିର ପ୍ରବେଶ ପଥ ସିଲ
କୋଣାର୍କ--- କରୋନା ଭୁତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାତ ଯୋଡି ନିବେଦନ କରିଛନ୍ତି ।ରାଜ୍ୟରେ ଥିବା ୯୪ଲକ୍ଷ ଖାଉଟି କାର୍ଡ ଧାରୀଙ୍କୁ ତିନିମାସର ଚାଉଳ ସହିତ ୧ହଜାର ଟଙ୍କା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ କୋଣାର୍କ ଏନଏସିରେ ଚାଉଳ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏହି ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ୧ହଜାର ଲେଖାଏଁ ଟଙ୍କା ଜମା କରିଦିଆ ଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆସନ୍ତା ୯୦ଦିନ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ଓ ଅନ୍ୟାଅନ୍ୟ ଅର୍ଥ ଲଗାଣକାଣୀ ସଂସ୍ଥା ମାନେ ଋଣ ଆଦାୟ କରିପାରିବେ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯଦି କେହି ଋଣ ଆଦୟ କରୁଥାଏ ତେବେ ନିକଟତମ ଥାନାର ସହାୟତା ନେଇପାରିବେ । କରୋନା ଭୁତାଣୁ ସଂକ୍ରମଣର ଭୟାଭହତାକୁ ଦେଖି ବିଭିନ୍ନ ଗ୍ରାମ, ସାହି , ବସ୍ତି ଓ କଲୋନୀର ପ୍ରବେଶ ପଥକୁ ଯୁବକମାନେ ଅବରୋଧ କରିଛନ୍ତି । କୌଣସି ଅଚିହ୍ନା ଲୋକଙ୍କୁ ପ୍ରବେଶ କରାଇ ଦେଉ ନାହାନ୍ତି । ଯଦି କୌଣସି ବ୍ୟକ୍ତି ଯିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସାବୁନ ବା ସାନିଟାଇଜରରେ ହାତ ଧୋଇ ଯିବା ପାଇଁ ଅନୁମତି ଦେଉଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ