Breaking News

ଉଛେଦ ବ୍ୟବସାୟାୟୀଙ୍କୁ ବଜାର ଗୃହ ବଣ୍ଟନ ପାଇଁ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଲେ

କୁଜଙ୍ଗ---- - କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ସବୁଠୁ ବଡ ବ୍ୟବସାୟିକ ପେଣ୍ଠ ରାହାମା ହାଟ ବଜାର । ଏଠାରେ ନିର୍ମାଣ କରାଯାଇଥିବା ଆର୍‌ଏମ୍‌ସି ବଜାର ଗୃହକୁ ଦୀର୍ଘଦିନ ହେବ ବଣ୍ଟନ ନହୋଇ ପଡିରହିଛି ।  ରାହାମା ବଣିକ ସଂଘର କର୍ମକର୍ତ୍ତା ମାନେ ଓଡିଶା ଉଚ୍ଚ ନ୍ୟାୟଳୟରେ ଏକ ଜନସ୍ୱାର୍ଥ ମାମାଲା ରୁଜ୍ଜୁ କରିଥିଲେ ।  ମାନ୍ୟବର ମୁଖ୍ୟ ବିଚାରପତି ଏହି ନେଇ ଆଗାମି ଆଠ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାବୁ ନିର୍ଦ୍ଦେଶ ଦେଇଛନ୍ତି ।  ରାସ୍ତା ସମ୍ପ୍ରସାରଣ ସହ ଅନ୍ୟ ସୁବିଧା ପାଇଁ ଉଛେଦ କରାଯାଇଥିବା ବେଳେ ବେଳେ ବ୍ୟବସାୟୀ ମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ଆର୍‌ଏମ୍‌ସି ପକ୍ଷରୁ ବଜାର ଗୃହ ନିର୍ମାଣ କରାଯାଇ ଯୋଗାଇ ଦିଆଯିବ ବୋଲି  ସେ ସମୟରେ ପ୍ରତିଶୃତି ପ୍ରଦାନ କରାଯାଇଥିଲା । ମାତ୍ର ଘର ବାଣ୍ଟିବାରେ ପାତର ଅନ୍ତର କରିବାରୁ  ଉଛେଦ ହୋଇଥିବା  ୯୨ ଜଣ ବ୍ୟବସାୟୀ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ ।  ଏହି ଘଟଣାରେ ଓଡିଶା ଉଚ୍ଚ ନ୍ୟାଳୟର ମାନ୍ୟବର ମୁଖ୍ୟ ବିଚାରପତି  ସଂଜୁ ପଣ୍ଡା ଜନସ୍ୱାର୍ଥ ମାମାଲାରେ ରାହାମା ବଣିକ ସଂଘର ପକ୍ଷରୁ ଦିଆଯାଇଥିବା ଆନେକ୍ସଚର ୬ରେ ରହିଥିବା ସମସ୍ତ ତଥ୍ୟ ଆଧାରରେ ଆଗାମି ଆଠ ସପ୍ତାହ ମଧ୍ୟରେ ବ୍ୟବସାୟି ମାନଙ୍କୁ ନିର୍ମାଣ ହୋଇଥିବା ଘର ଗୁଡିକ ବଣ୍ଟନ କରିବାକୁ  ରାୟ ଦେଇଛନ୍ତି ।
ଜଗତସିଂହପୁର ପ୍ରଳୟ ମହାପାତ୍ର  

Blog Archive

Popular Posts