ରୟାଲ ଡେଲାଙ୍ଗ ୨୨୨ ପକ୍ଷରୁ କରୋନା ସଚେତନତା
ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର ରୟାଲ ଡେଲାଙ୍ଗ ୨୨୨ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ସମୟ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱ ପକ୍ଷରୁ ହୁମର ଗ୍ରାମରେ ପ୍ରାୟ ୨ଶହ ପରିବାରଙ୍କୁ ସାବୁନ ଓ କରୋନା ଭୁତାଣୁ ସମ୍ପର୍କରେ ସଚେତନତା କରିବା ସହ ପ୍ରଚାର ପତ୍ର ବଣ୍ଟନ କରିଥିଲେ । ଶୁଭକାନ୍ତ ପରିଡା, ଶଶିକାନ୍ତ ବିଶ୍ୱାଳ, ରାମକୃଷ୍ଣ ପରିଡା, ନୀଲୁସ୍ୱାଇଁ ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ଡେଲାଙ୍ଗ ବ୍ଳକର ପୁରାତନ ପ୍ରଭାତ କ୍ୱବ, ପରିବର୍ତ୍ତନ ଓଡିଶା ସମାଜ ସେବା ଅନୁଷ୍ଠାନର ଯୁବକ ମାନେ ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ସହ ଗ୍ରାମ ରାସ୍ତା ଗୁଡିକ ବିଶୋଧନ କରିଥିଲେ । ଅନ୍ୟ ପକ୍ଷେ ମୁନିନ୍ଦା ଗ୍ରାମ ପଞ୍ଚାୟତର ଡାକପଡା ଗ୍ରାମର ଅଙ୍ଗନୱାଡି କର୍ମୀ ଗ୍ରାମରେ ଥିବା ସମସ୍ତ ପରିବାରଙ୍କୁ ସାବୁନ ଯୋଗାଇ ଦେବା ସହ କେରାନାରୁ ମୁକ୍ତି ପାଇବାକୁ ହେେଊ ହାତଧୁଆ ଉପରେ ସେ ଗୁରୁତ୍ୱ ନ୍ୱା ସହ ଲୋକମାନଙ୍କୁ ସଚେତନତା କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି