ସତ୍ୟବାଦୀରେ ଲକ୍ ଡାଉନକୁ ନ ମାନିବାରୁ ୧୦ ଅଟକ
ସାକ୍ଷୀଗୋପାଳ--- କରୋନାକୁ ନେଇ ସାରା ଦେଶ ଚିନ୍ତିତ । କରୋନା ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜିଲ୍ଲା ମାନଙ୍କରେ ଲକ୍ ଡଉନ ଲାଗୁ କରିଛନ୍ତି । ମାତ୍ର ଏହାକୁ କିଛି ଯୁବକ ମାନୁ ନାହାନ୍ତି । ସତ୍ୟବାଦୀ ବ୍ଳକର ବିଭିନ୍ନ ଅଞ୍ଚଳରେ ବ୍ଳକ ପ୍ରଶାସନ ଚଡାଉ କରି ୧୦ ଜଣଙ୍କୁ ଅଟକ ରଖିବା ସହ ୫ଟି ମଟର ସାଇକେଲ ଜବତ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି