Breaking News

ଓଡ଼ଗାଁ ବ୍ଲକରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଭତ୍ତା ବଣ୍ଟନ



 ଓଡ଼ଗାଁ--- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୩୬ଟି ପଞ୍ଚାୟତରେ  ୧୭୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୪୮ଜଣ ଅଙ୍ଗନବାଡ଼ି କର୍ମୀ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ୧୫ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ବ୍ଳକ୍ କର୍ମଚାରୀ ପର୍ଯ୍ୟବେକ୍ଷକ ଭାବେ ବିଜୟିତା ସମନ୍ତସିଂହାର,ତହସିଲଦାର ଓଡ଼ଗାଁଙ୍କ ଦ୍ଵାରା ନିଯୁକ୍ତ ହୋଇଥିଲେ। କୋଭିଡ-୧୯ ତଥା କରୋନାର ଭୟାବହତାକୁ କିପରି ପ୍ରତିହତ କରିବା, ସାମାଜିକ ଦୂରତ୍ବ ରକ୍ଷା କରିବା ଏବଂ ପ୍ରତିକାର ବିଷୟରେ ଅର୍ଥ ବାଣ୍ଟିବା ସମୟରେ ହିତାଧିକାରୀଙ୍କୁ ସଚେତନ କରାଇଥିଲେ। ୧ ମିଟର ଦୂରତାରେ ରହି କାର୍ଯ୍ୟ କରିବା ଏବଂ ଗୋଟିଏ ଜାଗାରେ ଏକାଠି ମିଳିତ ନହୋଇ ଘର ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ । କିନ୍ତ ପରିତାପର ବିଷୟ,କରୋନାକୁ ପ୍ରତିହତ କରିବାକୁ ନିଜକୁ ଉତ୍ସର୍ଗ କରିଥିବାବେଳେ  ପ୍ରଶାସନ ତରଫରୁ ମାସ୍କ,ସାନିଟାଇଜର,ଗ୍ଲୋବସ ଆଦି ଯୋଗାଇ ଦିଆଯାଇନାହିଁ । ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
ଓଡ଼ଗାଁ ରୁ ରାଜୀବ ଲୋଚନ ବରାଡ

Blog Archive

Popular Posts