Breaking News

ଓଡ଼ଗାଁରେ ଲକ ଡାଉନର ପ୍ରଭାବ



ନୟାଗଡ଼ ----ନୟାଗଡ଼ ଜିଲ୍ଲାରେ ଲକ ଡାଉନର ପ୍ରଭାବ ପରିଲକ୍ଷିତ ହୋଇଛି।ନୟାଗଡ଼,ଶରଣକୁଳ, ଗୋଡିପଡା,ରଣପୁର, ଖଣ୍ଡପଡା, ଦଶପଲ୍ଲା ଏବଂ ଓଡ଼ଗାଁ ଅଞ୍ଚଳରେ ଜନସାଧାରଣ ଏହାକୁ ଦୃଢ଼ ସମର୍ଥନ ଜଣାଇଛନ୍ତି। କିଛି ଅଞ୍ଚଳରେ ଲୋକମାନେ ବିଭିନ୍ନ ବାହାନା କରି ଲକ ଡାଉନକୁ  ଅଣଦେଖା କରିଛନ୍ତି ।ଓଡ଼ଗାଁ ତଥା ଆଖପାଖ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି।ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।ପରିବା ଦୋକାନ,ଅଣ୍ଡା,ମାଛ,ମାଂସ, ଗ୍ୟାସ,ପେଟ୍ରୋଲ, ଔଷଧ ଆଦି ଅତ୍ୟାବଶ୍ୟକ ଦୋକାନ ଖୋଲା ଥିବାବେଳେ ବ୍ୟାଙ୍କ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିଥିଲା।ସମସ୍ତ ଏଟିଏମ ଖୋଲା ରହିଛି ।କିଛି ହଷ୍ଟେଲ ଏବଂ ବିଭିନ୍ନ ମଇକ୍ରୋଫାଇନାନ୍ସ ଅଫିସ ଛୁଟି ହେବା ଯୋଗୁଁ ସେମାନେ ଘରକୁ ଫେରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅନୁମତିପତ୍ର ଆଣିବାପାଇଁ  ଜଣାପଡିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ଯାଉଥିବା ଜନବହାନକୁ ତନଖି କରିବାପରେ ଛାଡିଦିଆଯାଇଥିଲା । ଓଡ଼ଗାଁରେ ତହସିଲଦାର ବିଜୟିତା ସାମନ୍ତସିଂହାର,ଓଡ଼ଗାଁ ଥାନା ଅଧିକାରୀ ବଂଶୀଧର ବିଶ୍ବାଳ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ମାନେ ଏହାକୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଥିଲେ। ଯାଞ୍ଚ ସମୟରେ କିଛି ଯାନବାହାନକୁ ଅଟକ ରଖାଯାଇଥିଲା।ଦିନ ତମାମ ଆମ ଟିମ ପରିସ୍ଥିତି ଉପରେ ନଜର ରଖିଥିଲା। ନୟାଗଡ଼ ଜିଲ୍ଲାରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts