Breaking News

କ୍ଳବ ସତ୍ୟବାଦୀ ପକ୍ଷରୁ ଆଉ ୧୪ ଦିନ ଲକ ଡାଉନ ମାନିବା ପାଇଁ ସଚେତନତା

 ସାକ୍ଷୀଗୋପାଳ ----  ସତ୍ୟବାଦୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ଳବ ସତ୍ୟବାଦୀର କିଛି ଯୁବକ ମାନେ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ତତ୍ୱବଧାନରେ  କରୋନା ପାଇଁ ସୃଷ୍ଟି ହୋଇଥିବା ଲକ ଡାଉନକୁ ସଚେତନତା ଆରମ୍ଭ କରିଛନ୍ତିି । ବିଶେଷ କରି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଲକ ଡାଉନର ସମୟ ସୀମା ଶେଷ ହେବା ପରେ କେତକ ଲୋକମାନେ ଗାଡି, ମଟର, ସାଇକେଲ ଧରି ବଜାରରେ ବୁଲୁଥିବା ଦେଖାଯାଇଛି । ଏହାକୁ ନଜର କରି କ୍ଳବ ସତ୍ୟବାଦୀ  ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର  ସଦଳବଳେ ଶନିବାର ଅପରାହ୍ନରେ ବସଷ୍ଟାଣ୍ଡ ଠାରେ ଲକ୍ ଡାଉନ ସଚେତନତା କରାଇଥିଲେ । ଏହି ସମୟରେ ଜଣେ ଯୁବକ ଏକ ଲକ ଡାଉନ କୁ ଅମାନ୍ୟ କରିବାରୁ ଗୋଟିଏ ମଟର ସାଇକେଲ ପୋଲିସ ଜବତ କରିଥିବା ଜଣାପଡିଛି । କ୍ଳବ ସତ୍ୟବାଦୀ ପକ୍ଷରୁ ଆଲେକ ଖୁଣ୍ଠିଆ, ଅଭିଜିତି ସେନାପତି, ବିକ୍ରମ ପାତ୍ର,  ବିଦ୍ୟାଧର ସେନାପତି , ତୁଷାରକାନ୍ତ ନାୟକ, ନିଶିକାନ୍ତ ପ୍ରଧାନ, ତେଫାନ ବେହେରା, ତ୍ରିନାଥ ବାରିକ ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ଆଉ ୧୪ ଦିନ ଲକ ଡାଉନ ରେ ରହିବାକୁ ସଚେତନତା କରାଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts