Breaking News

ବରୀ ପ୍ରଶାସନ ପକ୍ଷରୁ ବାଲିଆପାଳ ହାଟରେ ସାମଜିକ ଦୁରତା ରକ୍ଷାକଲା

 ବରୀ--ମହାମାରୀ କରୋନା ପାଇଁ ସାମଜିକ ଦୁରତା ପାଳନ କରିବାକୁ ଯାଇ ବରୀ ବ୍ଲକ ପ୍ରଶାସନ ପକ୍ଷରୁ ସର୍ବପୁରାତନ ବାଲିଆପାଳ ହାଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଯେଉଁ ଉଦେଶ୍ୟ ରଖି ହାଟକୁ ସ୍ଥାନାନ୍ତରିତ କରାଗଲା ତାହା  ସଫଳ ହୋଇଥିବା ଜଣାପଡିଛି । ବାଲିଆପାଳ ଗାଁ ଭିତରେ ବସୁଥିବା ସାପ୍ତାହିକ ହାଟ ମଙ୍ଗଳବାର ଓ ଶୁକ୍ରବାର ୨ ଥର ବସିଥାଏ । ଆଜି ମଙ୍ଗଳବାର ହୋଇଥିବାରୁ ନିକଟସ୍ଥ ଶାରଙ୍ଗପୁର ଗାଁର ପ୍ରାଥମିକ ବିଦ୍ୟାଳୟ ନିକଟ ଖେଳ ପଡିଆକୁ ଏହି ହାଟକୁ ସ୍ଥାନାନ୍ତରିତ କରାଯାଇଥିଲା । ସକାଳ ୬ ଟାରୁ ୧୧ ଟା ଯାଏଁ ହାଟ ଚାଲିଥିଲାବେଳେ ସାମାଜିକ ଦୁରତା ନିୟମକୁ ପାଳନ କରି ହାଟକୁ ଆସୁଥିବା ଲୋକେ ପନି ପରିବା କିଣିଥିଲେ । ବ୍ୟବସାୟିମାନେ ୧ ମିଟର ଦୁରତାରେ ବସି ବ୍ୟବସାୟ କରିଥିଲେ । ହାଟ ଭିଡ ଲାଗି ରହିଥିଲାବେଳେ ପୋଲିସ ପ୍ରଶାସନ ପକ୍ଷରୁ  ସଚେତନ ପାଇଁ ପଦକ୍ଷେପ ନିଆଯାଇ ଥିବା  ଦେଖିବାକୁ ମିଳିଥିଲା ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts