Breaking News

ହୃଦ ଘାତରେ ଠିକାଦାରଙ୍କ ମୃତ୍ୟୁ

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଚଉଦଗୁଣ୍ଠ ଗ୍ରାମର ପର୍ଶୁରାମ ମହାପାତ୍ର (୬୮)ବର୍ଷରେ ହୃଦ ଘାତରେ ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ଉକ୍ତ ପଞ୍ଚାୟତରେ ସେ ପ୍ରଥମ ଠିକାଦାର ଭାବେ ବେଶ ପରିଚିତ । ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ ।  ଛାତିରେ କଷ୍ଟ ଅନୁଭବ କରିବାରୁ ପୁରୀ ମେଡିକାଲରେ ଚିକିତ୍ସା ହେଉଥିଲେ । ଆଜି ସକାଳ ୯ ଘଟିକା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ପକ୍ଷେ କରୋନା ଯୋଗୁ ଲକ ୍‌ଡାଉନ ଜାରି ହୋଇଥିବାରୁ ଗ୍ରାମରୁ ଅଳ୍ପ ସଂଖ୍ୟାର କୁଟୁମ୍ବ ଓ ପରିବାର ଲୋକମାନେ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରିଥିଲେ । ବଡପୁଅ ପ୍ରଦୀପ୍ତ ମହାପାତ୍ର ମୁଖାଗ୍ନି ଦେଇଥିଲେ । ପ୍ରଶାନ୍ତ ମହାପାତ୍ର ଓ ସୁଶାନ୍ତ ମହାପାତ୍ର ଦୁଇ ପୁଅ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts