ରାଶନ ସାମଗ୍ରୀ ଗ୍ରାମ ମୁଣ୍ଡରେ ବଣ୍ଟନ
ସାକ୍ଷୀଗୋପାଳ ---- ରାଜ୍ୟ ସରକାର କରୋନା ଭୁତାଣୁ କୁ ରୋକିବା ପାଇଁ ରାଜ୍ୟରେ ଲକ ଡାଉନ ଘୋଷଣା କରିଛନ୍ତି । ଏହାକୁ ନଜର କରି ୩ ମାସର ଅଗ୍ରୀମ ଣାଶନ ସାମଗ୍ରୀ ପ୍ରଦାନ କରିଛନ୍ତି । ମାତ୍ର ରାଶନ ସାମଗ୍ରୀ ବଣ୍ଟନ ସ୍ଥଳକୁ ନ ଆସି ପ୍ରତି ଗ୍ରାମ ମୁଣ୍ଡରେ ରାଶନ ସାମଗ୍ରୀ ବଣ୍ଟନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନଜର କରି ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମ ମୁଣ୍ଡରେ ଏବେ ରାଶନ ସମାଗ୍ରୀ ବଣ୍ଟନ କରୁଥିବା ଦେଖାଯାଇଛି । ଲୋକମାନେ ସାମାଜିକ ଦୁରତା ରକ୍ଷା କରି ସାମଗ୍ରୀ ନେଉଥିବା ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି