ଡେଲାଙ୍ଗକୁ ରାଜ୍ୟ ବାହାରୁ ୩୫୮ଜଣ ବିଦେଶରୁ ଜଣେ ଫେରିଛନ୍ତି
ଡେଲାଙ୍ଗ ---- ଦେଶରେ କରୋନା ଭୁତାଣୁକୁ ନେଇ ସମସ୍ତେ ଚିନ୍ତିତ । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଡିବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଭୁତାଣୁକୁ ମୁକାବିଲା କରିବା ପାଇଁ ଲକ୍ ଡାଉନ ଘୋଷଣଶ କରିଛନ୍ତି । ଏହାକୁ କଡା କଡି ଭାବେ ପାଳନ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ବ୍ଳକ ପ୍ରଶାସନ ଅଧିକାରୀ ମାନଙ୍କୁ କୁହାଯାଇଛି । କରୋନା ସଂକ୍ରମିତ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ଏବେ ବାହାର ରାଜ୍ୟରେ ଥିବା ଲୋକମାନେ ଗାଁ ମୁହାଁ ହୋଇ ପଡିଛନ୍ତି । ଡେଲାଙ୍ଗ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମକୁ ସମୁଦାୟ ୩୫୯ ଜଣ ଆସିଥିବା ବେଳେ ରାଜ୍ୟ ବାହାରୁ ୩୫୮ ଜଣ ବିଦେଶ ରୁ ଜଣେ ଆସି ଥିବା ସରକାରୀ ସୁତ୍ରରୁ ସୁଚନା ମିଳିଛି । ସମସ୍ତଙ୍କ ସ୍ୱାସ୍ଥ୍ୟଗତ ପରିକ୍ଷା ଯାଞ୍ଚ କରାଯିବା ସହ କାହା ସଙ୍ଗେ ମିଳାମିଶା ନ କରି ସଂଘରୋଧ ଗୃହରେ ୧୪ଦିନ ପର୍ଯ୍ୟନ୍ତ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ଡେଲାଙ୍ଗ ମେଡିକାଲ ଅଫିସର ଡ. ସନ୍ତୋଷ କୁମାର ତ୍ରିପାଠୀ ସୁଚନା ଦେଇଛନ୍ତି । ଅନ୍ୟପଟେ ଲକ୍ ଡାଉନକୁ କଡା କଡି ଭାବେ ପାଳନ କରାଯାଉଛି ବୋଲି ତହସିଲଦାର ରାଜେନ୍ଦ୍ର ଆଚାରିଆ ଓ ଥାନା ଅଧିକାରୀ ରଶ୍ମି ରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି