Breaking News

କୋଣାର୍କରେ ସାମାଜିକ ଦୂରତାକୁ ବେଖାତିର ; ହୋଲସେଲ ଗ୍ରୋସରି ଦୋକାନରେ ଚଢଉ

କୋଣାର୍କ--- କରୋନାକୁ ପ୍ରତିହିତ କରିବା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଏହି ଲକ ଡାଉନର ପ୍ରଭାବ ଦେଖିବାକୁ ମିଳିଛି । ବଜାରରେ କେବଳ େଔଷଧ ଦୋକାନ, ଗ୍ରୋସରି, ଫଳ, କ୍ଷୀର, ପନି ପରିବା, ପେଟ୍ରୋଲ ପମ୍ପ, ମାଛ ଓ ମାଂସ ଦୋକାନକୁ ଛାଡିଦେଲେ ଅନ୍ୟ ସବୁ ବ୍ୟବସାୟ ପ୍ରତିଷ୍ଟାନ ବନ୍ଦ ରହିଛି । କୋଣାର୍କ ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଡିରେ ପ୍ରଚାର କରାଯାଇ ସମସ୍ତ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ସଚେତନତା କରାଯାଇଥିଲେ ମଧ୍ୟ ଅତ୍ୟାବଶକୀୟ ସାମଗ୍ରୀ ଦେକାନରେ ଭିଡ ଦେଖିବାକୁ ମିଳୁଛି । ଦୋକାନ ଓ ମାଛ, ମାଂସ ଦୋକାନରେ ଗ୍ରାହକଙ୍କ ଭିଡ ପରିଲକ୍ଷୀତ ହେଉଛି । । ଏକ ମିଟର ସାମାଜିକ ଦୂରତା ରକ୍ଷା କରି ଅତ୍ୟାବଶ୍ୟକିୟ ସାମଗ୍ରୀ କିଣିବା ପାଇଁ ନିୟମ କରାଯାଇଥିଲେ ମଧ୍ୟ ଲୋକେ ଓ ବ୍ୟବସାୟୀମାନେ ବେଖାତିର କରୁଥିବା ଦେଖିବାକୁ ମିଳିଛି । ୨୧ଦିନର ଲକ ଡାଉନକୁ ଦୃଷ୍ଟିରେ ରଖି ଲୋକେ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ କିଣୁଥିବାରୁ ଗ୍ରୋସରୀ ଦୋକାନର ବ୍ୟବସାୟୀମାନେ ଚଡାଦରରେ ଗ୍ରାହକଙ୍କୁ ଶୋଷଣ କରୁଛନ୍ତି । ଏ ସମ୍ପର୍କରେ ଖବର ପାଇ ଗୋପ ତହସିଲଦାର ପୃଥିରାଜ ମଣ୍ଡଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ଟୁରିଷ୍ଟି ମାର୍କେଟରେ ଥିବା ହୋଲସେଲ ଗ୍ରୋସରୀ ଦୋକାନ ଉପରେ ଚଡଉ କରିଥିଲେ ।  ଲକ ଡାଉନ ଫଳରେ ସୂର୍ଯ୍ୟମନ୍ଦିର ସମ୍ମୁଖ, କୋଣାର୍କ ବସଷ୍ଟାଣ୍ଡ, ମେଡିକାଲ ଛକ, ରିଙ୍ଗରୋଡ, ଥାନାଛକ, ମାଧିପୁର ଛକ, ଜୁଣେଇ ବଜାର, ଚନ୍ଦ୍ରଭାଗା ବଜାର, ରାମଚଣ୍ଡୀ ପୀଠ ଜନଶୂନ୍ୟ ହୋଇପଡଛି । କୋଣାର୍କ ପୁଲିସ ବିଭିନ୍ନ ଛକ ଯାଗାରେ କଡା ପ୍ରହରା ଦେଉଥିବା ଜଣାପଡିଛି ।
କୋଣାର୍କରୁ ଅଜିତ କୁମାର ମଲିକ 

Blog Archive

Popular Posts