ବରୀରେ ଜନତା କର୍ଫ୍ୟୂ ସଫଳ
ବରୀ---କରୋନା ଭାଇରସ ସଚେତନତା ପାଇଁ ରବିବାର ସମଗ୍ର ବରୀ ଅଞ୍ଚଳରେ ଜନତା କର୍ଫ୍ୟୁ ସଫଳ ହୋଇଥିବା ଜଣାପଡିଛି । ରାସ୍ତାଘାଟ, ଦୋକାନ ବଜାର, ଯାନବାହାନ ସମ୍ଫୂର୍ଣ୍ଣ ବନ୍ଦ ରହିଥିଲାବେଳେ କେତକ ଜନତା ନିଜନିଜ ଘରେ ଯଜ୍ଞ ମାଧ୍ୟମରେ କରୋନାକୁ ବନ୍ଦ କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି । ସକାଳ ୭ଟାରୁ ରାତି ୯ ପର୍ଯ୍ୟନ୍ତ ନିଜ ନିଜ ପରିବାରରେ ଲୋକେ ରହି କର୍ଫ୍ୟୁକୁ ସଫଳତାର ସହିତ ପାଳନ କରିଥିବା ଜଣାପଡିଛି । ସଂନ୍ଧ୍ୟା ୫ଟାରେ ସମସ୍ତଙ୍କ ଘରେ ଶଙ୍ଖ,ଘଣ୍ଟ,କରତାଳ,ହୁଳହୁଳ.ଥାଳି,ତାଟିଆ,କରତାଳି ସହ ସମଗ୍ର ଅଂଚଳର ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା । ବରୀ ପୋଲିସ ପକ୍ଷରୁ ଦିନ ତମାମ ପେଟ୍ରୋଲିଙ୍ଗ କରାଯାଇ ଶାନ୍ତି ଶୃଙ୍ଖଳା ବଜାଇ ରଖିଥିବା ଦେଖିବାକୁ ମିଳିଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ