କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ; କରୋନା ରୋଗୀଙ୍କ ପାଇଁ ୧୦୨ଟି ଶଜ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡ ପ୍ରସ୍ତୁତ
କୋଣାର୍କ-- ଚୀନ୍ରୁ ସୃଷ୍ଠି ହୋଇଥିବା ମହାମାରୀ କରୋନା ଭୁତାଣୁ କୋଭିଡ୍ -୧୯ ସମଗ୍ର ବିଶ୍ୱରେ ସଂକ୍ରମିତ ହେବା ଫଳରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉ ଥିବା ବେଳେ ହଜାର ହଜାର ଲୋକଙ୍କ ପ୍ରାଣ ଯାଇ ସାରିଲାଣି । କମିବାର ନାଁ ଗନ୍ଦ ଧରୁନାହିଁ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଥିବା ବିଭିନ୍ନ ସ୍ଥାସ୍ଥ୍ୟ କେନ୍ଦ୍ରରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଣାର୍କରେ ଥିବା ଶିଶୁ ଓ ମାତୃ ମଙ୍ଗଳ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ସନ୍ଧିଗ୍ଧ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ତଳ ମହଲାକୁ ଛାଡି ଦେଲେ ଉପର ଦୁଇଟି ଯାକ ମହଲାରେ କରୋନା ରେଗୀଙ୍କ ଚିକିତ୍ସା ନିମନ୍ତେ ୧୦୨ଟି ଶଜ୍ୟା ବିଶିଷ୍ଟ ବେଡ ପ୍ରସ୍ତୁତ କରାଯାଇଛି । ଏଠାରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି । ଆଲୋକ, ପାନୀୟ ଜଳ, ଶ୍ନାନ, ଶୌଚ ଇତ୍ୟାଦି ସହିତ ଚିକିତ୍ସାଳୟକୁ ସାନିଟାଇଜରରେ ପରିସ୍କାର ପରିଛନ୍ କରାଯାଉଛି । ଏଠାରେ ସୂଚନା ଥାଉକି ୨୦୧୫ ମସିହାରେ ମହା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୫କୋଟି ୫ଲକ୍ଷ ୫୦ହଜାର ୨୧୩ ଟଙ୍କାର ଆର୍ଥିକ ସହାୟତାରେ ୩୦ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ମଙ୍ଗଳ ଡାକ୍ତରଖାନାର ନିର୍ମାଣ କରାଯାଇଥିଲା । ଯେଉଁ ମହତ ଉଦେଶ୍ୟ ନେଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ନିର୍ମାଣ କରାଯାଇଥିଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ତିନି ମହଲା ବିଶିଷ୍ଟ ଏହି କୋଠାକୁ ସଚଳ କରିବା ପାଇଁ ତଳ ମହଲାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆହାର କେନ୍ଦ୍ର ଖୋଲା ଯାଇଥିବା ବେଳେ ଉପର ମହଲାରେ ଥିବା କୋଠରି ଗୁଡିକ କାର୍ଯ୍ୟକ୍ଷମ ନ ହୋଇ ଭୂତକୋଠିରେ ପରିଣତହୋଇଥିଲା । କରୋନା ଭୁତାଣୁ ସଂକ୍ରମରକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । କେତେଜଣ ବିଦେଶରୁ ଫେରିଛନ୍ତି ସେମାନଙ୍କୁ ଏଠାରେ ରଖା ଯାଇଥିବା ଜଣା ପଡିଛି ।
କୋଣାର୍କରୁ ଅଜି୍ତ କୁମାର ମଲିକ
କୋଣାର୍କରୁ ଅଜି୍ତ କୁମାର ମଲିକ