ଲକ୍ ଡ଼ାଉନର ପ୍ରଭାବ : ପନିପରିବା ଦର ଆକାଶ ଛୁଆଁ
ବରୀ ---- କରୋନାକୁ ନେଇ ପନିପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ରାଜ୍ୟ ସରକାର ସାରା ରାଜ୍ୟର ସମସ୍ତ ଜିଳ୍ଲାକୁ ଲକ୍ ଡ଼ାଉନ୍ ଘୋଷଣା କରିବା ପରେ କିଛି ମୁନାଫାଖୋର ବ୍ୟବସାୟୀ ତାଙ୍କର ଅସାଧୁ ବ୍ୟବସାୟ ଆରମ୍ଭ କରିଛନ୍ତି । ନିଜର ସ୍ୱାର୍ଥ ପାଇଁ ଏହି ଅସାଧୁ ବ୍ୟବସାୟୀମାନେ ପନି ପରିବାକୁ ଚଢ଼ା ଦରରେ ବିକିବା ଆରମ୍ଭ କରି ଦେଇଛନ୍ତି । ଯାହାକୁ ନେଇ ବରୀ ବ୍ଲକର ପ୍ରାୟତଃ ସମସ୍ତ ଅଂଚଳରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆଳୁ କିଲୋ ୧୫ ଟଙ୍କାରୁ ବଢ଼ି ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ କିଲୋପ୍ରତି ୬୦ରୁ ୭୦ ଟଙ୍କା । ରଷୁଣ ୧୨୦ ରୁ ୧୩୦ । ସେହିପିର ବାଇଗଣ, ଭେଣ୍ଡି, ପୋଟଳ, ବିଲାତି ଓ ଜହ୍ନି ଆଦିର ଦର ଆକାଶଛୁଆଁ ହେବାରେ ଲାଗିଛି । କରୋନା ଆତଙ୍କରେ ବରୀ ସମେତ ସାରା ରାଜ୍ୟ ଏହାର ନିରାକରଣ ପାଇଁ ଲଢ଼େଇ କରୁଥିବା ବେଳେ ଏହି ମୁନାଫାଖୋର ବ୍ୟବସାୟୀମାନେ ନିଜର ଫାଇଦା ନେବାକୁ ପଛଘୁଞ୍ଚା ଦେଉନାହାଁନ୍ତି । ଏଭଳି ଘଡ଼ି ସନ୍ଧି ମୁହୁର୍ତରେ ଏହି ଅସାଧୁ ବ୍ୟବସାୟୀଙ୍କ ଉପରେ ଲଗାମ ଲଗାଇବାରେ ବ୍ଲକ୍ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇ ପଡିଛି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୈାଣସି ପ୍ରକାରର ରୋକ୍ ଲଗା ଯାଇଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲେ ମଧ୍ୟ ମାଲ ପରିବହନରେ ଅସୁବିଧା ସୃଷ୍ଟି ହେଉଛି ବୋଲି ସଫେଇ ଦେଇ ଏହି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଅପରପକ୍ଷେ ଆଳୁ, ପିଆଜ ରସୁଣ, ଓ ପରିବା ଚଢ଼ା ଦରରେ ବିକ୍ରି ହେଉଥିବା ଖବର ପାଇ ଜିଲ୍ଳା ଯୋଗାଣ ବିଭାଗ ଧମ;କୁ ଆଖି ଠାର ମାରିବା ପରି ନାମକୁ ମାତ୍ର ଚଡାଉ କରାଯାଇଛି ବୋଲି ଲୋକମାନେ କହନ୍ତି । ଅସାଧୁ ବ୍ୟବସାୟୀଙ୍କ ଉପରେ କୈାଣସି ପ୍ରଭାବ ପଡୁନାହିଁ ବୋଲି ଜଣାପଡିଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ