ଝଡପବନରେ ଖବର କାଗଜ ବିକ୍ରେତାଙ୍କ ଘର ଭାଙ୍ଗିଗଲା
କୁଜଙ୍ଗ----- କୁଜଙ୍ଗ ଅଞ୍ଚଳରେ ପ୍ରବଳ ବେଗରେ କାଳ ବୈଶାଖୀ ଝଡ ହୋଇଥିଲା । ଏହି ଯୋଗୁ ବିଭିନ୍ନ ଅଞ୍ଚଳରେ ଗଛ ଉପୁଡି ପଡିଥିବା ବେଳେ ଦୀର୍ଘ ସମୟ ଧରି ବିଜୁଳି ସରବାରହ ମଧ୍ୟ ବନ୍ଦ ହୋଇଯାଇଥିଲା । ମାତ୍ର ଏହି ଝଡରେ କୁଜଙ୍ଗ ବ୍ଲକ୍ ତାଳଦଣ୍ଡା ନିବାସୀ ଖବର କାଗଜ ବିକେତା ଅକ୍ଷୟ କୁମାର ବିଶ୍ୱାଳଙ୍କ ଚାଳ ଘର ଭାଙ୍ଗିପଡିଛି । ଗତ କିଛି ଦିନ ତଳେ ଅକ୍ଷୟ ବହୁ କଷ୍ଟରେ ଏହି ଚାଳ ଘରଟିକୁ ଛପର କରି ଥିବା ବେଳେ ଏବେ ଘର ଭାଙ୍ଗି ଯାଇଛି । ତାଙ୍କୁ ସରକାରୀ ସହାୟତା ପାଇଁ ବିତରକ ଅକ୍ଷୟ ନାଥ, ଦେବେନ୍ଦ୍ର ମହାନ୍ତି, ପ୍ରକାଶ ଭୋଳ, ବିଶ୍ୱନାଥ ବିଶ୍ୱାଳ, ବାବୁ ପ୍ରଧାନ ପ୍ରମୁଖ ସାଧାରଣରେ ଦାବି କରିଛନ୍ତି ।
ଜଗତସିଂହପୁର ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁର ପ୍ରଳୟ କୁମାର ମହାପାତ୍ର