Breaking News

ସତ୍ୟବାଦୀ ପ୍ରଶାସନ ଡାକବାଜି ଦ୍ୱାରା ସଚେତନତା କଲା




ସାକ୍ଷୀଗୋପାଳ--- ସାକ୍ଷୀଗୋପାଳରେ ଆଜି ସକାଳୁ ସକାଳୁ ବହୁ ସଂଖ୍ୟାରେ ଦେକାନ ବଜାର ଗୁଡିକ ଖୋଲିଥିଲା । ଏପରିକି ଲୋକମାନେ ମୁହଁରେ ଗାୁଛା, ରୁମାଲୁ ଓ ମାକ୍ସ ଲଗାଇ ଗାଡି ଧରି ବୁଲୁଥିବାର ଦେଖାଯାଇଛି । କେତକ ଅସାଧୁ ବ୍ୟବସାୟୀ ମାନେ ନିଜର ବେପାର ବନ୍ଦ ନ କରି ଦେକାନ ଖୋଲୁଥିବାର ଦେଖାଯାଇଛି । ସେହିପରି ବିଭିନ୍ନ ପାନ ଦେକାନ ଓ ଚା ଦେକାନ ଗୁଡଇକ ରାତିରୁ ସକାଳ ପର୍ଯ୍ୟନ୍ତ ଖୋଲୁଛନ୍ତି । ଲୋକମାନେ ସେଠାରେ ଏକାଠି ହୋଇ ଗହଳି କରୁଥିବାର ଜଣାପଡିଛି । ଏହାକୁ ନଜର କରି ସତ୍ୟବାଦୀ  ତହସିଲଦାର କସ୍ତୁରୀ ପ୍ରଧାନ,  ପିପିଲି ଏସଡିପିଓ ଦେବଦତ୍ତ ବରାଳ , ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ,  ବିଡିଓ ସରୋଜ କୁମାର ଦତ୍ତପ୍ରମୁଖ ମିଳିତ ଭାବେ ଡାକବାଜି ଦ୍ୱାରା କେହି ବାହାରକୁ ବାହରନ୍ତୁ ନାହିଁ, ଗାଡି ଚଳାଇ ବଜାର ଆସନ୍ତୁ ନାହିଁ, ସଭା ସମିତି କରନ୍ତୁ ନାହିଁ ଆଦି ସମ୍ପକରେ ସଚେତନତା କରାଇଥିଲେ ।  ଏହା ପରେ ଯେଉଁ ମାନେ ଲକ୍ ଡାଉନକୁ ମାନିବେ ନାହିଁ ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତ୍ୟବାଦୀ ଥାନା ଆଇଆଇସି ଶ୍ରୀ  ପାତ୍ର ସୁଚନା ଦେଇଛନ୍ତି ।
ସାକ୍ଷୀଗେ।ପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts