Breaking News

ଲକ୍ ଡାଉନ ସମୟରେ ଦେକାନ ଖୋଲି ୬ ଗିରଫ


 କନ୍ଧମାଳ--- ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଲୋକମାନଙ୍କୁ କରୋନା ପାଇଁ କରାଯାଇଥିବା ଲକ୍ ଡାଉନ ସମ୍ପର୍କରେ ସଚେତନତା କରାଇଥିଲେ । ମାତ୍ର କେତକ ଅସାଧୁ ବ୍ୟବସାୟୀ ଓ ଯୁବକ ମାନେ ରାଜ୍ୟ ସରକାର ଲାଗୁ କରିଥିବା ଲକ୍ ଡାଉନକୁ ମାନୁ ନାହାନ୍ତି । ବାଲିଗୁଡା ଥାନା ୨୫ ତାରିଖ ସଂଧ୍ୟାରେ ପ୍ରତାପ ପୁଷ୍ଟି ଓ ସୁନା ପାଙ୍ଗା ଦେକାନ ଖୋଲିଥିବାରୁ ସେମାନଙ୍କ ଗିରଫ କରିଛନ୍ତି । ବାଲିଗୁଡା ଥାନା କେସନଂ ୫୮/ ୨୦୨୦ରେ ଏକ କେସରୁଜ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେହିପରି ୨୪ ତାରିଖ ଦିନ ୪ଜଣ ଯୁବକଙ୍କୁ ବାଲିଗୁଡା ପୋଲିସ ଗିରଫ କରିଥିବା ଜଣାପଡିଛି । 

କନ୍ଧମାଳରୁ ମନୋଜ କୁମାର ପଣ୍ଡା, 

Blog Archive

Popular Posts