Breaking News

୩୫ଜଣ ଛତିଶଗଡ ଲୋକଙ୍କୁ ସତ୍ୟବାଦୀ ବ୍ଳକ ପ୍ରଶାସନ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଲେ

ସାକ୍ଷୀଗୋପାଳ -----   କରୋନା ଯୋଗୁ ସବୁଆଡେ ଲକ୍ ଡାଉନ ଜାରି ହୋଇଛି ।  ଗାଡି, ମଟର , ଦେକାନ ବଜାର , କାମ ଧନ୍ଦା ବନ୍ଦ ହୋଇଯାଇଛି । ଯାହା ଫଳରେକି ଲେକମାନେଏକ ରକମ ଘରେ ଲକ ହୋଇ ରହିଛନ୍ତି ।  ଛତିଶଗଡ ରାଜ୍ୟରୁ ପିଲା ଛୁଆ ଧରି ୩୫ଜଣ  ସତ୍ୟବାଦୀରେ କାଚ ବେପାର କରିବା ପାଇଁ ଆସିଥିଲେ । ସେମାନେ ବିଶେଷ କରି ପାଣି ଓ ରାସ୍ତାର ସୁବିଧା ଦେଖି ଟେଣ୍ଡ ପକାଇ ରହିଥାନ୍ତି । ସତ୍ୟବାଦୀ ବ୍ଳକର କୋଟଉପର ପାଖ ଏକ ପଡିଆରେ ସେମାନେ ଟେଣ୍ଡ ପକାଇ ରହିଛନ୍ତି । କରୋନା ଯୋଗୁ ଲକ ଡାଉନ ଲାଗୁ ହେବା ପରେ ସେମାନେ ହଇରାଣରେ ପଡିଯାଇଛନ୍ତି । ସେମାନେ ଏବେ  ଭୋକ ଉପାସରେ ରହିଥିବା ଖବର ଜାଣି ପୁରୀ ଜିଲ୍ଲାପାଳ ବଳବନ୍ତି ସିଂଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ବିଡିଓ ସରୋଜ କୁମାର ଦତ୍ତ , ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ଗ୍ରାମ ପଞ୍ଚାୟତ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ରବିବାର ଡାଲି , ପନିପରିବା, ଲୁଣ, ତେଲ, ମସଲା ସାମଗ୍ରୀ ସେମାନଙ୍କୁ ଦିଆଯାଇଛି । ଶନି ବାର ଦିନ ତିନିଦିନ ପାଇଁ ଏକ ଖୁଇଣ୍ଟାଲ ଚାଉଳ ଦିଆଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts