ଝାଡ଼ଖଣ୍ଡରେ ଫସିଛନ୍ତି ଓଡ଼ଗାଁ ବ୍ଳକର ନାଥିଆପଲ୍ଲୀ ଗ୍ରାମର ୨୦ ରୁ ଉର୍ଦ୍ଧ୍ବ ଶ୍ରମିକ
ଓଡ଼ଗାଁ---- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମପଞ୍ଚାୟତର ନାଥିଆପଲ୍ଲୀ ଗ୍ରାମର ୨୦ ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ଝାଡ଼ଖଣ୍ଡର ଗୁମୁଲା ଜିଲ୍ଲାର ପନସୋ ଗ୍ରାମରେ ଲକ ଡାଉନ୍ ଯୋଗୁ ପସିଛନ୍ତି । ଓଦୀର୍ଘ ଦେଢ଼ ବର୍ଷ ଧରି ଏହି ଶ୍ରମିକମାନେ ଝାଡ଼ଖଣ୍ଡରେ ଦିନ ମଜୁରିଆ ଭାବେ ସପରିବାର କାମ କରୁଥିଲେ । ସେମାନେ କରୋନା ରୋଗ ସମ୍ପର୍କରେ ଜାଣିବାପରେ ସେଠାରୁ ଆସିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି । ସାରା ଦେଶରେ ଲକ ଡାଉନ୍ ଜାରି ହୋଇଯାଇଛି । ବିକାଶ ଦାସ ,ସଞ୍ଜୟ ଦାସ ,ବିଜୟ ଦାସ,ପ୍ରକାଶ ଦାସ,ଉତ୍ତମ ପାତ୍ର ,ଦମୟନ୍ତି ପାତ୍ର ,ଆୟୁଷ ଦାସ ,ଶ୍ରଦ୍ଧାଞ୍ଜଳି ପାତ୍ର ,ତୁଳସୀ ଦାସ ,ରୋଜି ଦାସ,ପ୍ରମୁଖ ଏକ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ସେମାନଙ୍କୁ ତୁରନ୍ତ ଓଡ଼ିଶାକୁ ଆଣିବାକୁ କହିଛନ୍ତି ।
ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମସ୍ତ କାମ ବନ୍ଦ ହୋଇଯାଇଛି ।ଯାହା ଫଳରେ ସମସ୍ତ ପାଖରେ ଥିବା ସଞ୍ଚୟ ଟଙ୍କା ମଧ୍ୟ ସରିଗଲାଣି । କାଲି ରାଜ୍ୟ ସରକାର କରୋନା ପାଇଁ ହେଲ୍ପ ଲାଇନ ନଂ ଜାରି କରିଥିବା ବେଳେ ସେମାନେ ସେ ନଂ ଯୋଗାଯୋଗ କରିଥିଲେ ସୁଦ୍ଧା ତାହା ବ୍ୟସ୍ତ ଥିବା ସହ ଏବଂ ପରେ ନିରୁପାୟ ହୋଇ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ସହ ଯୋଗାଯୋଗ କରିବା ବେଳେ ତାଙ୍କ ଅଫିସରୁ କେବଳ ତାଙ୍କୁ ସେ ସ୍ଥାନ ନ ଛାଡିବା ପାଇଁ କୁହାଯାଇଥିଲା ବୋଲି ଦାଦନ ଶ୍ରମିକ ବିକାଶ ଦାସ କହିଛନ୍ତି । ସୂଚନା ଅନୁଯାୟୀ ସେଠାକାର ସ୍ଥାନୀୟ ବିଡ଼ିଓଙ୍କୁ ସେମାନେ ନିଜର ପରିଚୟ ପତ୍ର ସହ ଅସୁବିଧା ସମ୍ପର୍କରେ ଜଣାଇଥିଲେ । ଆଜି ଜଣେ ଅଫିସର ତାଙ୍କ ସହ ଯୋଗାଯୋଗ କରି ବ୍ୟସ୍ତ ବିବ୍ରତ ନ ହେବାକୁ କହିଛନ୍ତି ।ସେହିପରି କୁରାଳ ଗ୍ରାମପଞ୍ଚାୟତର ଦଣ୍ଡୋର ଏବଂ ଲିଙ୍ଗରାଜ ପ୍ରସାଦ ଗ୍ରାମର ୩୦ ରୁ ଉର୍ଦ୍ଧ୍ବ ଯୁବକ ପୁନେର ଛକନ ରେ ଫସିଛନ୍ତି ..ତାଙ୍କୁ ସେ ସ୍ଥାନରୁ ଉଦ୍ଧାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସେମାନେ ଅନୁରୋଧ କରିଥିବା ଜଣାପଡିଛି । ଏବେ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ଶ୍ରମିକ କରୋନା ଯୋଗୁ ହଇରାଣ ହେଉଥିବା ଜଣାପଡିଛି । ଅନ୍ୟ ପକ୍ଷେ ମନ୍ତ୍ରୀ ଅରୁଣ ସାହୁ ଏ ସମ୍ପର୍କରେ ଅବଗତ ହେବା ପରେ ପଞ୍ଚାୟତ ସ୍ତରୀୟ ଏକ ତାଲିକା ପ୍ରସ୍ତୁତ କରୁଛନ୍ତି । ବହୁ ଶିଘ୍ର ବାହର ରାଜ୍ୟ ରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା କରାଯାଇଥିବା ଜଣାପଡ଼ିଛି ।