Breaking News

କ୍ଳବ ସତ୍ୟବାଦୀ ପକ୍ଷରୁ କରୋନା ସଚେତନତା

ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକର ଜୟପୁର ଓ ଚାରିଭାୟାପଡା ମଠସାହି  ଗ୍ରାମରେ କ୍ଳବ ସତ୍ୟବାଦୀ ପକ୍ଷରୁ  ନେହେରୁ ଯୁବ କେନ୍ଦ୍ର ପୁରୀ, ସତ୍ୟବାଦୀ ଥାନା ଓ ବ୍ଳକ ପ୍ରଶାସନର ମିଳିତ ସହଯୋଗରେ କରୋନା ଭୁତାଣୁ ଠାରୁ କିପରି ନିଜକୁ ସୁରକ୍ଷିତ କରିବେ ଓ ନିଜ ପରିବାରକୁ ସୁରକ୍ଷିତ ଦେଇ ପାରିବେ ସେ ସମ୍ପର୍କରେ ଡାକବାଜି ଦ୍ୱାରା ସଚେତନତା କରାଯାଇଛି । ଏପରିକି ରାଜ୍ୟ ସରକାର ଜାରି କରିଥିବା ଲକ ଡାଉନ ସମ୍ପର୍କରେ ଲୋକମାନଙ୍କୁ ସ୍ୱେଚ୍ଛାସେବୀ ମାନେ ବୁଝାଇଥିଲେ । କାମ ନ ଥିଲେ ଘରୁ ନ ବାହାରିବା , ହାତକୁ ସାବୁନରେ ବାରମ୍ବାର ଧୋଇବା ପାଇଁ  ସମସ୍ତଙ୍କୁ କ୍ଳବ ସତ୍ୟବାଦୀର ଆଲୋକ ଖୁଣ୍ଠିଆ, ଅଭିଜିତି ସେନାପତି, ବିକ୍ରମ ପାତ୍ର, ତୁଷାର ନାୟକ, ତ୍ରିନାଥ ବାରିକ, ରୁବିନା ସାହୁ, ତେଫାନ ବେହେରା ପ୍ରମୁଖ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ  ନେହେରୁ ଯୁବ କେନ୍ଦ୍ର ପୁରୀର ସଂଯୋଜକ ଜୟ  ଶଙ୍କର ଯୋଶୀ ପରିଚାଳନା କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts