କରୋନା ସଚେତନତା,ଗାଁ ଭିତରକୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ବରୀ --- ମହାମାରି କରୋନା ପ୍ରତିରୋଧ ନିମନ୍ତେ ବରୀ ଅଞ୍ଚଳର ଗାଁ ମାନଙ୍କରେ ଗ୍ରାମବାସୀମାନଙ୍କ ଦ୍ୱାରା ରାସ୍ତା ଅବରୋଧ କରିବା ସହ କରୋନା ସଂପର୍କରେ ସଚେତନତା ସୃଷ୍ଟି କରିଛନ୍ତି । ଗ୍ରାମକୁ ଯାଇଥିôବା ରାସ୍ତାକୁ ସ୍ଥାନୀୟ ଲୋକେ ବାଉଁଶ , ପଥର, ଦଉଡି ବାନ୍ଦି ଦେଇ ଅବରୋଧ କରିବା ସହ ଗ୍ରାମ ଭିତରକୁ ବାହାର ଲୋକଙ୍କ ପ୍ରବେଶ ନିଶେଧ ବୋଲି ସୂଚନା ଫଳକ ଲଗାଇଛନ୍ତି । ଗ୍ରାମ ମଧ୍ୟକୁ କୌଣସି ଅଚିହ୍ନା ବ୍ୟକ୍ତିଙ୍କୁ ପ୍ରବେଶ କରାଇନଦେଉଥିବା ବେଳେ ଅନାବଶ୍ୟକ ଭାବେ ଗ୍ରାମର କୌଣସି ଲୋକ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଛି । ଓଉପଡା(ଅଟିରା),ଠାକୁରପାଟଣା( ଦ୍ୱିବେଦୀ ସାହି) ରମ୍ପା,ନେଉଳା,ଆନନ୍ଦପୁର,କଣ୍ଠପୋଇ,ରଜାପୁର ଆଦି ଗ୍ରାମମାନଙ୍କର ଉତ୍ସାହି ଯୁବକମାନେ ବାଉଁଶ ଆଡା ବାନ୍ଧି ପ୍ରବେଶ କଟକଣା ଜାରି କରିଥିବା ଦେଖିବାକୁ ମିଳିଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ