Breaking News

ମହାବିଦ୍ୟାଳୟ ପରିସରରୁ ବିଶାଳ ସାପ ଉଦ୍ଧାର



ନୟାଗଡ଼ ----ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରୁ ଆଜି ପ୍ରାୟ ୧୫ ଫୁଟ ଲମ୍ବର ଗୋଟିଏ ବିଶାଳକାୟ ଶଙ୍ଖମୋଟିଆ ସାପ ଉଦ୍ଧାର କରାଯାଇଛି ।  ଓଡ଼ଗାଁ ଫରେଷ୍ଟ ରେଞ୍ଜର ଅଧିନରେ ଥିବା ସ୍ନେକ ହେଲ୍ପଲାଇନର ସଦସ୍ୟ ମାନଙ୍କ ଦ୍ୱାରା ସାପ ଟିକୁ ଉଦ୍ଧାର କରି ନିକଟସ୍ଥ ଗୟଳସିଂହ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
    ରଘୁନାଥ ସମବାୟ ମହାବିଦ୍ୟାଳୟରେ +୨ ପରୀକ୍ଷା ପ୍ରଶ୍ନ ପତ୍ର ଗଛିତ ଥିବାବେଳେ ହବ୍ ଦାୟିତ୍ୱରେ କିଛି ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି।ଉକ୍ତ ସାପକୁ ଦେଖି ସେମାନେ ପ୍ରଥମେ ବନ ବିଭାଗକୁ ଖବର ଦେବାପରେ ସାପଟିକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts