Breaking News

କ୍ଳବ ସତ୍ୟବାଦୀ ପକ୍ଷରୁ ଜୟପୁର ଗ୍ରାମରେ କରୋନା ସଚେତନତା

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଜୟପୁର ଗ୍ରାମରେ କ୍ଳବ ସତ୍ୟବାଦୀ ପକ୍ଷରୁ  ନେହେରୁ ଯୁବ କେନ୍ଦ୍ର ପୁରୀ, ସତ୍ୟବାଦୀ ଥାନା ଓ ବ୍ଳକର ମିଳିତ ସହଯୋଗରେ କରୋନା ଭୁତାଣୁ ଠାରୁ କିପରି ନିଜକୁ ସୁରକ୍ଷିତ କରିବେ ଓ ନିଜ ପରିବାରକୁ ସୁରକ୍ଷିତ ଦେଇ ପାରିବେ ସେ ସମ୍ପର୍କରେ ଡାକବାଜି ଦ୍ୱାରା ସଚେତନତା କରାଯାଇଛି । ଏପରିକି ଲୋକମାନେ ରାଜ୍ୟ ସରକାର ଜାରି କରିଥିବା ଲକ ଡାଉନ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । କାମ ନ ଥିଲେ ଘରୁ ନ ବାହାରିବା , ହାତକୁ ସାବୁନରେ ବାରମ୍ବାର ଧୋଇବା ପାଇଁ ସମସ୍ତଙ୍କୁ କ୍ଳବ ସତ୍ୟବାଦୀର ଆଲୋକ ଖୁଣ୍ଠିଆ, ତ୍ରିନାଥ ବାରିକ, ରୁବିନା ସାହୁ, ତେଫାନ ବେହେରା ପ୍ରମୁଖ ନିବେଦନ କରିଥିଲେ ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ

Blog Archive

Popular Posts