Breaking News

ଘରକୁ ଘର ବୁଲି ଭତ୍ତା ବାଣ୍ଟିଲେ କର୍ମଚାରୀ,ଅଙ୍ଗନୱାଡି, ଶିକ୍ଷକ ଓ ଜନପ୍ରତିନିଧି


ସାକ୍ଷୀଗେ।।ପାଳ ------ରାଜ୍ୟ ସରକାର କରୋନା ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ଲକ୍ ଡାଉନ ଘୋଷଣା କରିବା ସହ ୪ ମାସର ଭତ୍ତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ହିତାଧିକାରୀ ମାନଙ୍କ ଘରେ ସରକାରୀ କର୍ମଚାରୀ ମାନେ ଭତ୍ତା ବଣ୍ଟନ କରିଥିବାର ଦେଖାଯାଇଛି । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶମିଷ୍ଠା ସେଠୀ, ଜିଆରଏସ ଶୁଭଶ୍ରୀ ପରିଡ. ଆର. ଏଚ ମନ ମୋହନ ମହାପାତ୍ର,ଅଙ୍ଗନୱାଡି କର୍ମୀ ସୁଶାନ୍ତି ପଲାଇ, ବିଜୟ ଲକ୍ଷ୍ମୀ ମହାପାତ୍ର, ଶିକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର ଓ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ମିଳିତ ଭାବେ ହିତାଧିକାରୀଙ୍କ ଘରକୁ ଘର ବୁଲି କରୋନା ସଚେତନତା କରାଇବା ସହ ସମଦୂରତା ରକ୍ଷା କରିଥିଲେ । ହିତାଧିକାରୀ ମାନେ ସାବୁନରେ ହାତ ଧୋଇ ଭତ୍ତା  ଟଙ୍କା ଗ୍ରହଣ କରୁଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts