Breaking News

କୋଣାର୍କରେ ଜନତା କର୍ଫ୍ୟୁର ସଫଳତା ପରେ ତାଲ ବନ୍ଦକୁ ଲୋକଙ୍କ ସ୍ୱାଗତ

କୋଣାର୍କ------  କରୋନା ଭୁତାଣୁ  ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଭୁତାଣୁ ଯେପରି ସଂକ୍ରମଣ ବା ନ ବ୍ୟାପିବ ସେଥି ପାଇଁ କେନ୍ଦ୍ର ଓ ରାଜ୍ୟର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାକୁ ଦୃଷ୍ଠିରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଜନତା କର୍ଫ୍ୟୁ ଲାଗି କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଜନାତା କର୍ଫ୍ୟୁ ଆହ୍ୱାନକୁ ଦେଶବାଶୀ ସମର୍ଥନ କରିଥିଲେ । ଏହି ଜନତା କର୍ଫ୍ୟୁକୁ ରାଜ୍ୟ ସରକାର ସମର୍ଥନ କରି ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ତାଲବନ୍ଦ ଡାକରା ଦେଇଛନ୍ତି । ଏହି ସମୟାବଧ୍ôୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେକାନ ବ୍ୟତିତ ଅନ୍ୟ ସବୁ ଦେକାନ ବନ୍ଦ ରଖିବା ଏବଂ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ନିବେଦନ କରାଯାଇଛି । ରାଜ୍ୟସରକାରଙ୍କ ଏହି ତାଲା ବନ୍ଦକୁ ଡାକରାକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ ଦିଆଯାଇଛି । କୋଣାର୍କ ଏନଏସି ପକ୍ଷରୁ ଡାକବାଜିଯନ୍ତ୍ର ସାହାଯ୍ୟରେ ଜନ ସଚେତନତା ସୃଷ୍ଟି କରାଯାଉଛି । ଫଳରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଶିଳ୍ପ, ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି । ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଏବେ  ଜନଶୁନ୍ୟ ହୋଇପଡିଛି ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts