Breaking News

ବାସୁକେରା ଗ୍ରାମର ପ୍ରବେଶ ପଥ ସିଲ କରାଗଲା

ସାକ୍ଷୀଗୋପାଳ ---- କରୋନାକୁ ନେଇ ଏବେ ସମସ୍ତେ ଚିନ୍ତିତ । ସବୁଆଡେ ଲକ୍ ଡାଉନ ଜାରି ହୋଇଛି । ରାସ୍ତା ଘାଟ ଖାଁ ଖାଁ ହୋଇପଡିଛି । ଏବେ ଏହି ଲକ୍ ଡାଉନ ଗ୍ରାମ ମାନଙ୍କରେ ଦେଖିବାକୁ ମିଳିଛି । ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ବାସୁକେରା ଗ୍ରାମର ପ୍ରବେଶ ପଥ ଆଜି ଯୁବକ ମାନେ ପଥର ଥୋଇ ସିଲ କରି ଦେଇଛନ୍ତି । ମାତ୍ର ଲୋକମାନଙ୍କ ଯିବା ଆସିବା କରିବା ପାଇଁ ଅନ୍ୟ ଦୁଇଟି ରାସ୍ତା ଖୋଲା ରଖାଯାଇଛି । ଯାହା ଫଳରେକି ଲୋକମାନେ ଅନ୍ୟ ରାସ୍ତା ପଟେ ଯିବା ଆସିବା କରି ପାରିବେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts