Breaking News

କରୋନା ସମ୍ପର୍କରେ “ରେଡିଓ ନମସ୍କାର” ଦ୍ୱାରା ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ

କୋଣାର୍କ ---- କରୋନା ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆର୍ନ୍ତଜାତୀୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ଏବଂ ତାର ଆଖପାଖ ଅଞ୍ଚଳର ଜନସାରଧାରଣଙ୍କୁ ଓଡିଶାର ପ୍ରଥମ ଗୋଷ୍ଠ ବେତାର କେନ୍ଦ୍ର “ରେଡିଓ ନମସ୍କାର” ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ସମ୍ପର୍କରେ ସଚେତନ କରାଯାଉଛି । ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ଜିଲ୍ଲାପାଳ, ତହସିଲଦାର, ବିଡିଓ, ନିର୍ବାହୀ ଅଧିକାରୀ ଓ ଡାକ୍ତର ତଥା ବିଭିନ୍ନ ସରକାରୀ ଅଧିକାରୀ ମାନଙ୍କୁ ନେଇ ଆଲୋଚନା କରାଯାଇଥିଲା ।  ସରକାରାଙ୍କ ଦ୍ୱାରା ଜାରି କରାଯାଉଥିବା ସତର୍କ ସୂଚନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ, ସୋସିଆଲ ମିଡିଆରେ କରୋନା ସମ୍ପର୍କରେ ଯେଉଁ ବିଭ୍ରାନ୍ତି କର ଗୁଜବ ପ୍ରଚାର କରାଯାଉଛି ସେ ବାବଦରେ ଜନସାଧାରଣଙ୍କୁ ଠିକ୍ ବାଟରେ ଯିବାକୁ ଏବଂ ଲୋକମାନଙ୍କୁ ସ୍ୱଚ୍ଛତା, ହାତଧୋଇବାର ପ୍ରଣାଳୀ, ଯଥେଷ୍ଟ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ଜନଗହଳି ସ୍ଥାନକୁ ନଯିବା, ନିହାତି ଜରୁରୀ ଆବଶ୍ୟକ ନପଡିଲେ ଘରୁ ନବାହାରିବା , ଲକ୍ ଡାଉନ୍ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି ।  ସମସ୍ତେ ଘରେ ରହି ସୁରକ୍ଷିତ ରୁହନ୍ତୁ  ବାହାରକୁ ବାହାରନ୍ତୁ ନାହିଁ ବୋଲି ସତର୍କ ସୂଚନା ଦିଆଯାଉଛି ।  ଏପରି କାର୍ଯ୍ୟକ୍ରମ କରୋନା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଚାଲିବ ବୋଲି ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ୍‌. ଏ. ଶାହା ଅନସାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ  ଭାରତୀୟ ଗୋଷ୍ଠୀ ବେତାର ମହାସଙ୍ଘର ପରାମର୍ଶ କ୍ରମେ ବର୍ତ୍ତମାନ ରେଡିଓ ନମସ୍କାରରେ ସର୍ବସାଧାରଣ ଯାତାୟତ ବନ୍ଦ ରହିଥିବା ବେଳେ ସର୍ବନିମ୍ନ ଆବଶ୍ୟକ କର୍ମଚାରୀଙ୍କୁ ନେଇ ଷ୍ଟେସନ ପରିଚାଳିତ ହେଉଛି ।
କୋଣାର୍କରୁ ଅଜି୍‌୍‌ତ କୁମାର ମଲିକ 

Blog Archive

Popular Posts