ଅଗ୍ନିକାଣ୍ଡରେ ୨ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ପିପିଲି- ପିପିଲି ଦୁର୍ଗାଦାସପୁର ପଞ୍ଚାୟତର ଜମାଲପୁର ଗ୍ରାମରେ ଗୁରୁବାର ଦିନ ଅପରାହ୍ନ ୪ଟା ବେଳେ ଅଗ୍ନିକାଣ୍ଡ ଘଟି ବିଦ୍ୟାଧର ଦାସଙ୍କ ୨ବଖରା ଘର ପୋଡି ଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପିପିଲି ଅଗ୍ନିିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ସମ୍ପୁର୍ଣ୍ଣ ଘର ଓ ଘର ମଧ୍ୟରେ ଥିବା ଆସବପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ଦୁର୍ଗାଦାସପୁର ପଞ୍ଚାୟତର ବିଜୁ ଯୁବବାହିନୀ ସଭାପତି ବିଶ୍ୱଜିତ୍ ଦାଶ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଥିଲେ ।
ପିପିଲି ରୁ ବିଜୟ କୁମାର ମହାପାତ୍ର