Breaking News

ଲକ୍ ଡାଉନକୁ ଲୋକମାନଙ୍କର ସମର୍ଥନ

କୋଣାର୍କ ---ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ୩୦ହଜାର୮୫୧ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ଖବର ଲେଖା ହେଲା ବେଳକୁ ଏହି ଭୁତାଣୁ ସଂକ୍ରମଣରେ ୬ଲକ୍ଷ ୬୨ହଜାର ୯୬୭ ଆକାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ ଭାରତରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ହଜାରରୁ ଅଧିକ ଆକ୍ରନ୍ତ ହୋଇଛନ୍ତି । ଓଡିଶାରେ କାହାରି ମୃତ୍ୟୁ ହୋଇ ନଥିବା ବେଳେ ୩ଜଣ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଭୁତାଣୁ ବିଶ୍ୱରେ ମହାମାରି ରୁପ ନେଉଥିବାରୁ ଭାରତ ଭଳି ଜନବହୁଳ ଦେଶରେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର  ୨୧ ଦିନିଆ ଲକ ଡାଉନ ବଳବତ୍ତ ରହିଛି । ଏହି ସମୟାବଧି ମଧ୍ୟରେ ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାତ ଯୋଡି ନିବେଦନ କରିଛନ୍ତି । କରୋନା ଭୁତାଣୁ ସଂକ୍ରମଣର ଭୟାଭହତାକୁ ଦୃଷ୍ଟିରେ ରଖି ଲୋକେ ମଧ୍ୟ ସଚେତନ ହୋଇଛନ୍ତି । କୋଣାର୍କ ଓ ଏହାର ନିକଟବର୍ତ୍ତି ଗ୍ରାମ, ସାହି, ବସ୍ତି ଓ କଲୋନୀର ପ୍ରବେଶ ପଥକୁ ସଚେତନ ଯୁବକମାନେ ବାହାରୁ ଆସୁଥିବା ଲୋକଙ୍କୁ ପ୍ରବେଶ କରାଇ ଦେଉନାହାନ୍ତି । ଯାନବାହାନ ଚଳାଚଳ ଠପ ହୋଇଯାଇଛି । ଫଳରେ ବଜାର, ଗାଁ ଦାଣ୍ଡ ଶୁନଶାନ ହୋଇ ପଡିଛି ।  କରୋନା କୋଭିଡ୍‌-୧୯ ପାଇଁ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ, ପୋଲିସ, ଗଣମାଧ୍ୟମର ପ୍ରତିନିଧିଙ୍କ ଯାନ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଉଥିବା ଗାଡି ବ୍ୟତିତ ଅନ୍ୟ କାହାରିକୁ ପେଟ୍ରୋଲ ନ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି । ଆଜି ଜୁଣେଇଁ  ହାଟ ଥିବାରୁ ଲୋକଙ୍କୁ ସାମାଜିକ ଦୁତରା ବଜାଇରଖି ସାମଗ୍ରୀ କିଣିବା ପାଇଁ ପ୍ରଶାସନ ପକ୍ଷରୁ ତାଗିଦ କରଯାଇଥିଲା । ଲକ ଡାଉନ ସମୟରେ ପ୍ରଶାସନ ଓ ସ୍ୱେଛାସେବୀମାନଙ୍କ ପକ୍ଷରୁ ରାସ୍ତାରେ ବୁଲୁଥିବା ଅସହାୟ ମାନସିକ ବିକୃତମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ବୁଲା ଗୋରୁ ଗାଈ ଓ କୁକୁରଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ଭାରତ ଭଳି ଜନ ବହୁଳ ଦେଶରେ ନାଗରିିକମାନେ ସଚେତନ ନହେଲେ କରୋନା ସଂକ୍ରମଣକୁ ରୋକିବା କଷ୍ଟକର ହୋଇ ପଡିବ ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧଜୀବି ମାନେ କହନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts