ମେଳଣ ପଡିଆକୁ ସ୍ଥାନାନ୍ତରିତ ହେବ ସାତଶଂଖ ସାପ୍ତାହିକ ହାଟ
ପିପିଲି----- ଶନିବାର ଓ ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଥିବା ସାତଶଂଖ ସାପ୍ତାହିକ ହାଟକୁ ମେଳଣ ପଡିଆକୁ ସ୍ଥାନାନ୍ତରିତ ହେବ ବୋଲି ପିପିଲି ତହସିଲଦାର ସୂଚନା ପ୍ରଦାନ କରିଛନ୍ତି । ମହାମାରୀ କୋରନା ଭାଇରସ ସଂକ୍ରମିତ ରୁ ରକ୍ଷା କରିବା ହାଟରେ ଜନଗହଳି ଲାଗି ରହିଥିବାରୁ ସାମାଜିକ ଦୁରତା ରକ୍ଷା କରିବା ସମ୍ଭବପର ହେଉ ନାହିଁ । ଆଜି ଶନିବାର ହାଟ ବାରି ଥିବାରୁ ଶହ ଶହ ଲୋକଙ୍କର ଗହଳି ହୋଇଥିଲା । ପ୍ରଶାସନ ଗହଳି ରୋକିବାରେ ବିଫଳ ହୋଇଥିଲା । ମଙ୍ଗଳବାର ଠାରୁ ମେଳଣ ପଡିଆକୁ ହାଟ ସ୍ଥାନାନ୍ତରିତ ହେବ । ଏନେଇ ଅପରାହ୍ନରେ ପିପିଲି ତହସିଲଦାର ସପନ କୁମାର ନନ୍ଦ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୁଷ୍ଟି ,ସ୍ଥାନୀୟ ସରପଞ୍ଚ , ବଜାର କମିଟି ସଦସ୍ଯମାନେ ମେଳଣ ପଡିଆର କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି । ସେହିପରି ଲକ ଡାଉନ ନମାନି ସାତଶଂଖ ବଜାରରେ ପାନ ଦୋକାନ ଖୋଲିଥିବାରୁ ଜଗମୋହନ ମଣ୍ଡଳଙ୍କୁ ପୋଲିସ ଗିରଫ କରିଛି । ପିପିଲି ଏନ୍ ଏସ ଅଂଚଳରେ ରାସ୍ତା ଅବରୋଧ କରି ମାଜିଷ୍ଟ୍ରେଟ ଓ ପୁଲିସ ଙ୍କୁ ବାଟ ଛାଡି ନଥିବା ଘଟଣାରେ ସୁରେନ୍ଦ୍ର ପଣ୍ଡାଙ୍କୁ ପିପିଲି ପୁଲିସ ଗିରଫ କରିଥିବା ଥାନା ଅଧିକାରୀ ଶ୍ରପୁଷ୍ଟି ଙ୍କ ଠାରୁ ସୁଚନା ମିଳିଛି ।
ପିପିଲି ରୁ ବିଜୟ କୁମାର ମହାପାତ୍ର