Breaking News

ବହାଡ଼ାଝୋଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା


ନୟାଗଡ଼  ------ ନୟାଗଡ଼ ଜିଲ୍ଲା ବହାଡ଼ାଝୋଲା ନିକଟସ୍ଥ ହରିପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।ଉକ୍ତ ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ବହାଡ଼ାଝୋଲାର ପ୍ରଶାନ୍ତ ନାୟକ ( ୧୮ ବର୍ଷ) ଏବଂ ନୟାଗଡ଼ ନିକଟସ୍ଥ ମାଳିସାହିର ନାଲୁ ନାୟକ( ୨୫ ବର୍ଷ)। ଘଟଣାସ୍ଥଳରେ ଓଡ଼ଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଓଡ଼ଗାଁ ପ୍ରାଥମିକ ଚିକିତ୍ସାଳୟରେ ପହଞ୍ଚାଇଥିଲେ। ସେମାନଙ୍କ ଅବସ୍ଥା  ଗୁରୁତର ହେବାରୁ ସେମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts