ପଞ୍ଚାୟତମାନଙ୍କ ଆଇସୁଲେକ୍କନ ଓ୍ବାଡରେ ଝୁଲୁଛି ତାଲା
କନ୍ଧମାଳ-----ସରକାର ପ୍ରତ୍ୟକ ପଞ୍ଚାୟତକୁ କରୋନା ଭାଇରସର ମୁକାବିଲା ପାଇଁ ପାଞ୍ଚ ଲକ୍ଷ ଟଙ୍କାର ପ୍ୟାକେଜ ଦେଇଛନ୍ତି। ଏହାକୁ ସଠିକ ଭାବରେ ଖର୍ଚ କରାଯାଉନଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ପଞ୍ଚାୟତରେ ବାହାରୁ ଆସୁଥିବା ଲୋକ ମାନଙ୍କୁ ଆଇସୁଲେକ୍ସନ ବା ଅସ୍ଥାୟୀ ଚିକିତ୍ସା ଶିବିର ଖୋଲିବାକୁ କୁହାଯାଇଛି କିନ୍ତୁୁ ବାଲିଗୁଡାର ବାରଖମା,ରେବିଙ୍ଗିଆ ପଞ୍ଚାୟତରେ ଥିବା ଅସ୍ଥାୟୀ ଚିକିତ୍ସା ଶିବିର ଗୁଡିକରେ ଚାବି ପଡିଥିବା ଦେଖିବାକୁ ମିଳିଛି । ସେଠାରେ ଦାଇତ୍ବରେ ଥିବା କର୍ମଚାରିଙ୍କ ଦେଖାନାହିଁ । କେବଳ ଚଟାଣରେ କିଛି ଗଦି ବିଛାଯାଇ ଆଇସୁଲେକ୍ସନ ବ୍ୟବହାର ହୋଉଥିବା ଘରକୁ ବନ୍ଦ କରିଦିଆ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । କାଯ୍ୟରେ ଅବହେଳା କରିଥିବା କର୍ମଚାରି ଉପରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଉଅଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା