ମାମୁଁ ଓ ଭଣଜା ସହାୟତାର ହାତ ବଢାଇଲେ
ଓଡ଼ଗାଁ---- କରୋନା ର ଭୟାବହତା ଯୋଗୁଁ ସାରାଦେଶ ଲକଡାଉନ୍ ରେ ରହିଛି । ଗରିବ , ଅସହାୟ, ଦିନ ମଜୁରିଆ ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ମାମୁଁ ଓ ଭଣଜା ମିଶି ସହାୟତାର ହାତ ବଢ଼ାଇ ଓଡ଼ଗାଁରେ ବେଶ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମର ସୁଶାନ୍ତ କୁମାର ସାହୁ ବୟସ ୩୮ ବର୍ଷ ଓ ତାଙ୍କ ଭଣଜା ଆଲୋକ କୁମାର ସାହୁ ବୟସ ୨୨ ବର୍ଷ ।କୁରୁମବାଙ୍କତରା ଗ୍ରାମରେ ଦୁସ୍ଥ ଓ ଅସହାୟ ମାନଙ୍କୁ ଘରଘର ବୁଲି ଖାଦ୍ୟ ସାମଗ୍ରୀ ଭାବେ ଆଳୁ, ଚାଉଳ ,ଅଟା ଓ ଲୁଣ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରୁଛନ୍ତି ।
ଓଡ଼ଗାଁ ରୁ ରାଜୀବ ଲୋଚନ ବରାଡ