ସତ୍ୟବାଦୀରେ ଲକ୍ ଡାଉନକୁ ଅମାନ୍ୟ କରି ଦୁଇଜଣ ଅଟକ
ସାକ୍ଷୀଗୋପାଳ--- କରୋନା ଭୁତାଣୁ ଏବେ ତାର କାୟା ବିସ୍ତାର କରିଚାଲିଛି । ଏହାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଚିନ୍ତିତ ଥିବା ବେଳେ ଲୋକମାନେ ସେପରି ଚିନ୍ତିତ ନ ଥିବା ଜଣାପଡିଛି । ଏହାକୁ କିଛି ଲୋକମାନେ ହେୟଜ୍ଞାନ କରୁଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଲକ୍ ଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ସକାଳେ ବିଭିନ୍ନ ଦେକାନ ବଜାର ଖୋଲା ଥିବାର ଦେଖାଯାଇଥିଲା । ପୋଲିସ ଦେକାନ ବନ୍ଦ କରିବା ପାଇଁ କହିବା ପରେ ମଧ୍ୟ ଦେକାନୀ ନ ଶୁଣିବାରୁ ବସଷ୍ଟାଣ୍ଡ ନିକଟରୁ ଦୁଇଜଣ ଦେକାନୀକୁ ଉଠାଇ ନେଇଥିଲା । ପରେ ସେମାନେ ଅଣ୍ଡର ଟେକିଙ୍ଗି ଦେଇ ଥାନାରୁ ଆସିଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି