ଆଗେ ଜୀବନ ବଞ୍ଚାଅ,ପରେ ବାକି କାମ.
ବରଗଡ଼ ----- ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳରେ କଡାକଡି ହେଉଛି ଲକ ଡାଉନ ବ୍ୟବସ୍ଥା।ପୋଲିସ ଛାଉଣୀରେ ଅତାବିରା। ଲକ୍ ଡାଉନ୍ ର ୬ ଦିନ ପରେ ଅତାବିରା ପୋଲିସ ଲକ୍ ଡାଉନ୍ କଥା ମନେ ପଡିଛି । କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏବେ ଆତଙ୍କିତ ଥିବାବେଳେ ବରଗଡ଼ଜିଲ୍ଲା ତଥା ଜିଲ୍ଲାର ସମସ୍ତ ସ୍ଥାନରେ ପୋଲିସ ଛାଉଣୀ । ଲକଡାଉନ ବ୍ୟବସ୍ଥା କଡାକଡି ହେବାରେ ଲାଗିଛି।ପ୍ରଶାସନ ପକ୍ଷରୁ ଚାରିଆଡ଼େ ଡ଼ାକବାଜି, ବେନର,ପୋଷ୍ଟର ସାହାଯ୍ୟରେ ସତର୍କତା ଓ ସଚେତନତା ହିଁ କରୋନା ମହାମାରୀକୁ ଦମନ କରିହେବ ଵୋଲି କୁହାଯାଉଛି । ଅତ୍ୟାବଶ୍ୟକ ନହେଲେ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ରହିଛି।ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଆଜି କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପ ବହୁ ଆଗରୁ ଗ୍ରହଣ କରିବାର ଥିଲା ବୋଲି ଲୋକମାନେ କହନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ