Breaking News

ଗୁଣି ସନ୍ଦେହରେ ହତ୍ୟା; ଚାରି ଗିରାଫ


   କନ୍ଧମାଳ-----ଗତ ୨୮/୨ /୨୦୨୦ତାରିଖ ଦିନ ନୂଆଗାଁ ଥାନା ଅନ୍ତର୍ଗତ କିଲୁପଡା ସଲାକେତା ଗ୍ରାମକୁ ପୋଢଯାତ୍ରା ଦେଖିବାକୁ ଯାଇ ଯୁଧିଷ୍ଟିର ମଲ୍ଲିକ ନିଖୋଜ ହୋଇଥିବା ନୂଆଗାଁ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ମାର୍ଚ୍ଚ ୬   ତାରିଖରେ ଯୁଧିଷ୍ଟିର ମଲ୍ଲିକଙ୍କ ମୃତ ଶରିର ସିନ୍ଦ୍ରିଗାଁ ବ୍ରିଜ ନିକଟ ଏକ ପୋଖରି ଭିତରେ ପଡିଥିବା ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ବାଲିଗୁଡା ପୋଲିସ ସନ୍ଧାନୀ କୁକୁର ସହାୟତରେ ଛାନ,ଭିନ କରିଥିଲା ।ଶବଟିର ମୁଣ୍ଡ ନଥିବା ଦେଖିବାକୁ ମିଳିଥିଲା । ଯୁଧିଷ୍ଟିର ମଲ୍ଲିକଙ୍କ ପରିବାର ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ
। ଗତକାଲି ବାଲିଗୁଡା ପୋଲିସ ହତ୍ୟାକାଣ୍ଡ ଘଟାଇଥିବା ଚାରିଜଣକୁ ଗିରାଫ କରିବା ସହିତ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି,ମୋଟର ସାଇକେଲ,ଅଟୋଗାଡି ସହିତ ଏକ ରକ୍ତଲଗା ଚାଙ୍ଗୁ ଜବତ କରିଥିଲା ।ଏହି ହତ୍ୟାକାରି ମାନେ ହେଲେ ନବକିଶୋର ମଲ୍ଲିକ,ଘର କିଲୁପଡା,ଜାକର ଦିଗାଳ ଘର ମହାସିଂଙ୍ଗ ପଞ୍ଚାୟତର ଗୋଛାପଡା,ମଣ୍ଟୁଦିଗାଳ ନୂଆଗାଁ ପାଦ୍ରିପଡା,ସୁବାଷ ଦିଗାଳ ଘର ନୂଆଗାଁ ପାଦ୍ରିପଡା ବୋଲି ଜଣାପଡିଛି ।ଏମାନଙ୍କ ନାମରେ ଥାନା କେସନଂ ୪୦/୨୦୨୦, ୩୦୨/୨୦୧ଓ ୩୪ ଆଇ ପିସି  ଧାରା ଲାଗିଥିବା ବାଲିଗୁଡା  ଏସଡିପିଓ ରଞ୍ଜନ କୁମାର ବାରିକ ପ୍ରେସମିଟରେ ପ୍ରକାଶ କରିଛନ୍ତି। ଏହା ଏକ ପ୍ରିପ୍ଳାନ ମର୍ଡର ଥିଲା ବୋଲି ପ୍ରକାଶ କରିବା ସହିତ ।ମୃତ ଯୁଧିଷ୍ଟିର ମଲ୍ଲିକ ଗ୍ରାମରେ ଗୁଣିଗାରେଡି କରୁଥିବା ସନ୍ଦେହ କରି ତାଙ୍କୁ ହତ୍ୟାକରି ମୁଣ୍ଡକୁ କାଟି ଫିଙ୍ଗି ଦେଇଥିବା ହତ୍ୟାକାରି କହିଥିବା ଏସଡିପିଓ ପ୍ରକାଶ    କରିଛନ୍ତି । ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts