Breaking News

ଯୋଗାଣ ବିଭାଗର ଚଢାଉ ; କଳା ବଜାରି କଲେ ହେବ କାର୍ଯ୍ୟାନୁଷ୍ଠନ


ପିପିଲି-----ଆଳୁ ପିଆଜ କଳା ବଜାରୀ ଓ ବଜାର ଦର ଠାରୁ ଅଧିକ ମୁଲ୍ୟରେ  ଯେଉଁ ବ୍ୟବସାୟି ବିକ୍ରି କରିବେ  ତାଙ୍କ ବିରୁଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ । ବ୍ଲକ ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । କୋରନା ମହାମରି ଦେଶ ରେ ଉଗ୍ରରୁପ ଧାରଣ କରିଛି ।  ଜନ ଗହଳି ନକରିବା , ଘରୁ କେହି ପଦାକୁ ଅଯଥା କାର୍ଯ୍ୟରେ ନବାହାରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ ବ୍ୟବସ୍ଥା ଲାଗୁ କରାଯାଇଛି । ସେଥିପାଇଁ ଗାଁ ରୁ ସହର ସବୁ ଠାରେ ଲକ୍ ଡାଉନ କରାଯାଇଛି । ଜରୁରୀ କାଳୀନ ସେବା ଦାନ ସାମଗ୍ରୀ ଗ୍ରୋସରୀ,ମାଛ,ମାଂସ,ଅଣ୍ଡା.କ୍ଷୀର, ପ୍ରଟୋଲ, ଡିଜେଲ,କିରୋସିନ, ପନି ପରିବା ଓ ଫଳ ଦୋକାନ ସରକାରଙ୍କ ନିୟମ ଭିତିକ ଖୋଲା ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିା ଏହି ସବୁ ଅଂଚଳରେ ଅଯଥାରେ ଲୋକମାନଙ୍କ ଭିଡ ନକରିବା ପାଇଁ କୁହାଯାଇଛି । ପନି ପରିବା ଭିତରେ ଆଳୁ ପିଆଜ ର ଦର ଦମା ବୃଦ୍ଧି ଓ କଳା ବଜାର ରୋକିବା ପାଇଁ ଆଜି ପିପିଲି ବ୍ଲକ ଯୋଗାଣ ଅଧିକାରୀ ଦିପ୍ତି ରଞ୍ଜନ ଇନ୍ଦ୍ରାସିଂହଙ୍କ ନେତୃତ୍ୱରେ ପିପିଲି ଓ ମଙ୍ଗଳପୁର ତାର ଆଖ ପାଖ ଦୋକାନରେ ଚଢାଉ କରାଯାଇଛି ।  ନିଦ୍ଦିଷ୍ଟ ମୁଲ୍ୟ ଦର ରେ ଆଳୁ କିଲୋ ୨୦ ଟଙ୍କା ପିଆଜ କିଲୋ ୨୭ ଟଙ୍କା ଦରରେ ଦୋକାନୀଙ୍କ ଠାରୁ ଗ୍ରାହକ କିଣିପାରିବେ ବୋଲି ଏକ ମୁଲ୍ୟ ପରିବା ଦୋକାନ ରେ ଚାର୍ଟ ମରାଯାଇଥିବା ଦେଖିବାକୁ ମିଳିଛି । 
ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts