ଫଟୋରେ ଖବର
ବରଗଡ---- ବର୍ତ୍ତମାନ ରାଜ୍ୟରେ ନୁତନ ରୋଗ ସାଙ୍ଗକୁ ନୁତନ କାର୍ଯ୍ୟ ହେଉଛି । ବରଗଡ ଜିଲ୍ଲାର ଅତାବିରା ଟେଲିଫୋନ ଏକସ୍କଚେଞ୍ଜ ଠାରୁ ପାହଡଶ୍ରୀଗିଡା ଆର ଡି ରାସ୍ତା ଏବେ ମରାମତି କାର୍ଯ୍ୟ ଚାଲିଛି । ଏଥିପାଇଁ ଶୁଣିବାକୁ ମିଳୁଛି ୧୭ ଲକ୍ଷ ଟଙ୍କା ଅନୁଦାନ ମିଳିଛି । କାମ ଦିନରେ ନ ହୋଇ ରାତିରେ ହେଉଛି । ଯେଉଁ ପୁଜୁ ହେଉଛି ତା ଉପରେ ପୁରୁଣା ଖବର କାଗଜ ପକାଯାଉଛି । ଯାହାକି ଦୀର୍ଘଦିନ ପିଚୁ ଯିବ ବୋଲି ବିଭାଗୀୟ ଜେଇ କହନ୍ତି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ