Breaking News

ସ୍ଥିତି ସମ୍ଭାଳ ନଚେତ ପରିସ୍ଥିତି ଭୟାବହ ହେବ,ଅଞ୍ଚଳକୁ କରୋନା ଭୟ


  ବରଗଡ଼ ---- ଭୟର ଆତଙ୍କ ନେଇ କରୋନା ସାରା ବିଶ୍ୱରେ ତାଣ୍ଡବଲୀଳା କରି ଲୋକଙ୍କ ନିଦ ହଜାଇ ଦେଇଛି ।  କେନ୍ଦ୍ର ତଥା ରାଜ୍ୟ ସରକାର ଆଗୁଆ ପଦକ୍ଷେପ ମାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବ୍ଲକ ତଥା ଏନଏସି ମାନଙ୍କୁ କଡା ନିର୍ଦ୍ଦେଶ ରହିଛି। ହେଲେ ତାହା ବରଗଡ଼ଜିଲ୍ଲା ଅତାବିରାରେ ତାହା ଆଖି ଦୃଶିଆ ହେଉନାହିଁ। ସ୍ୱଚ୍ଛତା,ସଚେତନତା ଏଠି ବାଟ ହୁଡୁଛି।କେବଳ ସଭାସମିତି ଓ ଭାଷଣରେ ସବୁ ଠିକ ଅଛି କହି ଲୋକଙ୍କୁ ଭୁଆଁ ବୁଲାଇ ଏଠିକାର ବାବୁମାନେ ନିଜ ସ୍ୱାର୍ଥ ନିଶାରେ ମଜ୍ଜିରହି ଦିନ ପରେ ଦିନ ଗଡାଇ ଚାଲିଛନ୍ତି ।  ଆଜି ଲକ ଡାଉନର ଷଷ୍ଠ ଦିବସ ।  ହୋଇଥିଲେ ସୁଦ୍ଧା ଅବହେଳିତ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ସରକାରୀ ଲକ୍ଷ୍ମଣରେଖାର ଦୃଶ୍ୟ ତଥା ସରକାରଙ୍କ ଲକଡାଉନ ବ୍ୟବସ୍ଥା ଫେଲ ମାରିଛି।କେବଳ ସେତିକି ନୁହେଁ ଗାଁ ଗହଳିରେ ମଧ୍ୟ ମଦ ମାଂସରେ ଯୁବ ଗୋଷ୍ଠୀ ପସରା ଦେଖିବାକୁ ମିଳିଛି । ସେହିପରି ଆଜି ମଧ୍ୟ ସରକାରୀ ଲକ ଡାଉନ ବ୍ୟବସ୍ଥା ଫେଲ ମାରିଥିଲା ଅତାବିରା ଏନଏସିରେ ।  ଲକ ଡାଉନକୁ ଛଅ ଦିନ ବିତିଯାଇଥିଲେ ମଧ୍ୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ଆରମ୍ଭ ହୋଇନାହିଁ।ଏନେଇ ଏନଏସି କର୍ତ୍ତୃପକ୍ଷ ତପସ୍ୱିନୀ ଗୁରୁଙ୍କୁ ପଚାରିବାରୁ ସେ କୁହନ୍ତି ୨୩ତାରିଖରୁ ଆମକୁ ନିର୍ଦେଶ ହୋଇଯାଇଛି ପରଦିନ ଟଙ୍କା ଆସିଛି।ଅତାବିରା ଉଚ୍ଚ ବାଳକ ବିଦ୍ୟାଳୟରେ ଆଜି ଠାରୁ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଛି।ତେବେ ବୋଧେ ଲକ ଡାଉନ ବ୍ୟବସ୍ଥା ହଟିଲେ କେନ୍ଦ୍ର ନିର୍ମାଣ ହେବ କି ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରେ। ଏଠି ନାଁ ଅଛି ସ୍ୱଚ୍ଛ ପରିମଳ ବ୍ୟବସ୍ଥା ନାଁ କରୋନା ମହାମାରୀ ପାଇଁ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର। ତେବେ ଆଉ କେତେ ଦିନ ପରେ କେନ୍ଦ୍ର ଗୁଡିକ କାର୍ଯ୍ୟ କ୍ଷମ ହେବ ତାହା ଦେଖିବାକୁ ବାକି ରହିଲା।ଏଥି ପ୍ରତି ତୁରନ୍ତ ଜିଲ୍ଲାପାଳ  ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts