ରଙ୍ଗ ଚଢାରେ ବସୁଧା ଯୋଜନା
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ଟୋପ ହାଇସ୍କୁଲରେ ଅଞ୍ଚଳର ପାନୀୟଜଳ ସମସ୍ୟା ଲାଗିରହିଛି । ଏହାକୁ ଆଖି ଆଗରେ ରଖି ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ବ ହେବ ଏକ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ୭୦ହଜାର ଲିଟରର ଓଭରହେଡ ଟ୍ୟାଙ୍କ କୁ ସରକାରଙ୍କ ବସୁଧା ଯୋଜନାରେ ଯୋଡ଼ିଛନ୍ତି । କେବଳ ରଙ୍ଗ ଚଢାଇ ବିଭାଗୀୟ ଜେଇ ଓ ଠିକାଦାର ନିଜ ସ୍ୱାର୍ଥ ହାସଲ କରି ଲୋକଙ୍କୁ ଭୁଆଁ ବୁଲୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଦୀପ ତଳ ଅନ୍ଧାର ଭଳି ଆଖପାଖ ଅଞ୍ଚଳର ଲୋକେ ପିଇବା ପାଣି ଟୋପେ ପାଇଁ ଛଟପଟ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତ ପ୍ରକାଶ ପାଇଛି । ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ