Breaking News

ଲକ ଡାଉନ ଏବେ ଗ୍ରାମଭିମୁଖେ

ଡେଲାଙ୍ଗ ---- ଦେଶରେ କରୋନା ଭୁତାଣୁକୁ ରୋକିବା ପାଇଁ  ଲକ୍ ଡାଉନ ଜାରି କରାଯାଇଛି । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଡେଲାଙ୍ଗ ଷ୍ଠେସନ ବଜାର, ହାଟ ବଜାର କଲ୍ୟାଣପୁର, ସାଉରିଆ ଆଦି ବଜାର ଗୁଡିକରେ ଲକ୍ ଡାଉନ କଡା କଡି କରିଛନ୍ତି । ଏପରିକି ସକାଳ ୭ଟାରୁ ୯ ଓ ଅପରାହ୍ନ୩ ଟା ଠାରୁ ୫ ଟାପର୍ଯ୍ୟନ୍ତ ଦେକାନ ବଜାର ଖୋଲା ରହୁଛି ।   ଲୋକମାନେ ସଚେତନତା ହେବାପରେ ଏହି ଲକ୍ ଡାଉନ ବର୍ତ୍ତମାନ ଏବେ ଗ୍ରାମଭିମୁଖେ ଯାଇଛି । ବିଶେଷ କରି ଗ୍ରାମ ମୁଣ୍ଡରେ ଯୁବକ ମାନେ ପାଳି କରି ଲକ୍ ଡାଉନ ଆରମ୍ଭ କରିଛନ୍ତି । ଗ୍ରାମ ମୁଣ୍ଡରେ ବାଉଁଶ, ପଥର, ଗଡ , ଦଉଡି ବାନ୍ଦି  ଗ୍ରାମ ଭିତରକୁ ବାହାର ଲୋକଙ୍କୁ ପ୍ରବେଶ କରିବାକୁ ଦେଉନାହାନ୍ତି । ଯୁବକ ମାନେ  ଶପଥ ନେଇଛନ୍ତି ତାଙ୍କ ଗ୍ରାମକୁ କରୋନା ଭୁତାଣକୁ  ପ୍ରବେଶ କରାଇ ଦେବେ ନାହିଁ । ଡେଲାଙ୍ଗ ବ୍ଳକର ହୁମର ଗ୍ରାମ ସହିତ ବିଭିନ୍ନ ଗ୍ରାମ ମାନଙ୍କରେ ଏହି ଲକ୍ ଡାଉନ କରାଯାଉଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି   

Blog Archive

Popular Posts