ବିନା ସୂଚନା ଫଳକରେ ବ୍ଲକ ଜେଇଙ୍କ ମନମାନିରେ ଚାଲେ ରାସ୍ତା କାମ,ଜନ ଅସନ୍ତୋଷ
ବରଗଡ଼ ---- ସସରକାର ଲୋକଙ୍କ ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ରାସ୍ତା ଘାଟ ତିଆରି କରୁଛନ୍ତି । କେତେକ ଅସାଧୁ ଜେଇ ମାନଙ୍କ ମନମାନି ତଥା ଅନବିଜ୍ଞ ଠିକାଦାର ମାନଙ୍କ ସଲସୁତୁରାରେ ଅତି ନିମ୍ନମାନର ରାସ୍ତାକାମ ହେଉଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି । ନୂତନ କାମ ହେବାର କିଛିଦିନ ପରେ ରାସ୍ତାମାନଙ୍କ ଅବସ୍ଥା କହିଲେ ନସରେ ବୋଲି ଲୋକେ କହନ୍ତି। ଯାହା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳରେ ଜିଲ୍ଲାପରିଷଦ ଫଣ୍ଡରୁ ତିଆରି ହେଉଥିବା ରାସ୍ତା ବିନା ସୂଚନା ଫଳକରେ କାମ ଚାଲିଛି । ନିମ୍ନମାନର କାମ ହୋଉଛି ବୋଲି ଅଭିଯୋଗ କରିବା ପରେ ବିଲ ହେଇ ଯାଉଥିବା ଘଟଣା ଲୋକଙ୍କ ମନରେ ସନ୍ଦେହ ଜାତ ସୃଷ୍ଟି ହୋଇଛି । ଅତାବିରା ୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡର ସମୂହ ନେଇ ଗଠିତ ହୋଇଥିବାବେଳେ ଏବେ ପୁଣି ଲରାସରା ଓ ଗୋଡ଼ଭଗା ପଞ୍ଚାୟତର ଦାୟିତ୍ୱରେ ରହିଥିବା ବ୍ଲକ ଜେଇଙ୍କ ନିଜର ମନମାନିରେ ସରକାରୀ କାର୍ଯ୍ୟ କରୁଥିବା ଅଭିଯୋଗ ମାନ ହେଉଛି । ବିନା ଫଳକରେ ଲରାସରା ପଞ୍ଚାୟତରେ ଅତି ନିମ୍ନକାମ କରି ଠିକାଦାର ମାନଙ୍କ ସହ ସଲାସୁତୁରାରେ ଅର୍ଥ ହରି ଲୁଟ ହୋଇଥିବାର ଲୋକେ ଅଭିଯୋଗ କରନ୍ତି।ଯାହାର ଜ୍ୱଳନ୍ତ ଉଦାହରଣ ଜେଇଙ୍କ ତତ୍ୱାବଧାନରେ କାମ ହେଉଛି ହେଲେ ତାଙ୍କୁ ଜଣା ନାହିଁ ରାସ୍ତାଟି କେଉଁଠାରୁ ଆରମ୍ଭ କେଉଁଠି ଶେଷ ଯାହା ଆମେ ପଚାରିବାରୁ ଜେଇ ଠିକାଦାରଙ୍କୁ ପଚାରି ଠିକାଦାର କହିବା ଅନୁଯାୟୀ ଟୂପାପଡ଼ାରୁ ଲରିଆପଡା ରାସ୍ତା ୩ ଲକ୍ଷ୍ ୧୪ହଜାର,ରାସ୍ତାର ଲମ୍ବ ୨୪୭ଫୁଟ,ଲରିଆପଡ଼ାରୁ ଟୂପାପଡା ୨ ହୋଇଥିବାବେଳେ ଲମ୍ବ୧୮୦ଫୁଟ ଓ ଚଉଡା ୧୨ଫୁଟ ବୋଲି କହନ୍ତି । ସହ ତଳି ଟୂପାପଡ଼ାରୁ ଉପର ଟୂପାପଡା ତଥା ପୋଖରୀ ହୁଡ଼ା ରାସ୍ତା ୨ଲକ୍ଷ୍ୟ ଖର୍ଚ୍ଚ ହୋଇଥିବାବେଳେ ତାହାର କିଛି ତଥ୍ୟ ଦେଇ ପାରି ନଥିଲେ।ଦୁଇ ଦିନ ଆଗରୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଜେଇ କହିଥିଲେ ଫଳକ ଲଗାଇବା ପାଇଁ କୁହାଯାଇଥିଲା ଯଦି ଲାଗିନାହିଁ ଲଗାଇଦିଆଯିବ ବୋଲି କହନ୍ତି । ବିଡ଼ିଓ,କଲେକ୍ଟର ମନ୍ତ୍ରୀ ଯାହାକୁ କହିବାର ଅଛି କୁହ ମୁଁ କାହାକୁ ଡରିନାହିଁ । ମୋର କେହି କିଛି କରିପାରିବେ ନାହିଁ ବୋଲି କହିଥିଲେ। ବିନା ସୂଚନାଫଳକରେ ଅତି ନିମ୍ନମାନର କାମ ହୋଇଥିବାର ଲୋକେ କହନ୍ତି।ତେବେ ୫ଟି ସରକାରଙ୍କ ନିୟମ ଏଠି ଖୁବ ବଢିଆ କାମ କରୁଥିବାର ଜଣାପଡୁଛି।ତେବେ ଦେଖିବାକୁ ବାକି ରହିଲା ଏହି ୫ଟି ସରକାରୀ ନିୟମକୁ ଉଲଂଘନ କରି ନିରୀହ ଦିନ ମଜୁରିଆ ତଥା ଖଟିଖିଆ ଲୋକଙ୍କ ଆଖିରେ ଧୂଳି ମାରି ନିଜ ସ୍ୱାର୍ଥ ପାଇଁ କାମ କରି କୋଟି କୋଟି ଟଙ୍କା ଲୁଟିଥିବା ଜେଇଙ୍କ ପ୍ରତି ଜିଲ୍ଲାପାଳ କଣ ପଦକ୍ଷେପ ନେଉଛନ୍ତି ନାଁ ତାଙ୍କ ଏଇ କାମ ପାଇଁ ପୁରସ୍କାର କରୁଛନ୍ତି ତାହା ସମୟ ହିଁ କହିବ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ