ମାନପୁର ହାଇସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା...
ବରଗଡ଼--- କରୋନା ମହାମାରୀର ମୁକ୍ତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଗୁଆ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ଲକ ଡାଉନ ବ୍ୟବସ୍ଥାକୁ କଡାକଡ଼ି କରି ସାତଦିନ ବିତି ଯାଇଛି । କରୋନା ରୋଗୀଙ୍କ ଅପେକ୍ଷାରେ ବରଗଡ଼ ଜିଲ୍ଲାର ଭେଡେନ ବ୍ଲକ ମାନପୁର ପଞ୍ଚାୟତର କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର।ସରକାରଙ୍କ ପକ୍ଷରୁ ବ୍ଲକର ପ୍ରତିଟି ପଞ୍ଚାୟତ ମାନଙ୍କରେ ଗୋଟିଏ ଲେଖାଏଁ ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ସେଠାରେ ପାନୀୟଜଳ, ବିଜୁଳି, ପାଇଖାନା, ଶଯ୍ୟା, ଖାଦ୍ୟ ବ୍ୟବସ୍ଥା ସହ ସାନିଟାରୀ ତଥା ସାବୁନ,ସର୍ପ,ବ୍ଲଚିଂ ପାଉଡର, ଫିନାଇଲ ସଂକ୍ରମିତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ହେଇପାରିନଥିବା ଲୋକେ ଅଭିଯୋଗ କରନ୍ତି। ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କେନ୍ଦ୍ରକୁ ସଫା ସୁତୁରା କରି ଚୂନ ମାରିବା,ବେଡ଼ ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆଗୁଆ ବ୍ୟବସ୍ଥା ସଂକ୍ରମିତ ମାନଙ୍କ ପାଇଁ କରିବାର ନିର୍ଦ୍ଦେଶ ରହିଥିଲେ ହେଁ ଆଜି ପର୍ଯ୍ୟନ୍ତ କେବଲ ସ୍କୁଲର ପିଲାଙ୍କ ପଢା ବେଞ୍ଚ ଟେବୁଲକୁ ଲଗାଇ ଲୋକ ଦେଖାଣିଆ ଭାବେ ସାମାନ୍ୟ ଶଯ୍ୟା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରଟି ମଧ୍ୟ ସରକାରଙ୍କ ଲକଡାଉନ ନିୟମ ବେଶ ମାନୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଏନେଇ ମାନପୁର ସରପଞ୍ଚ ସୁରୁବାବୁ ମାଝୀଙ୍କୁ ଆମେ ପଚାରିବାରୁ କେହି ନାହିଁ ଆମେ କଣ କରିବୁ।ସବୁ ବ୍ୟବସ୍ଥା ଆମର ସରିଯାଇଛି କହିଥିଲେ।ରୋଗୀ ଆସିଲେ ହେଲା।ହେଲେ ଏ ପର୍ଯ୍ୟନ୍ତ ଚୂନ ଟିକିଏ ମଧ୍ୟ ଲଗାଯାଇନାହିଁ କି କୌଣସି ସାନିଟାରୀ ଜିନିଷର ଦେଖାନାହିଁ।ଯାହା ଭେଡେନ ବ୍ଲକରେ ୨୧୪ଜଣ ଆଇଡେଣ୍ଟିଫାଏ ହୋଇ ହୋମ ଆଇଷୋଲେସନରେ ରହିଥିବା ବେଳେ ୨୧୪ଜଣଙ୍କ ମଧ୍ୟରୁ ୨ଜଣ ବିଦେଶ ଓ ୨୧୨ଜଣ ରାଜ୍ୟ ବାହାରୁ ଆସିଥିବା ଜଣାପଡିଛି।ଏ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତ ମାନଙ୍କର ସ୍କୁଲମାନଙ୍କରେ ୫୦୫ଟି ଶଯ୍ୟାର ଆୟୋଜନ ହୋଇଥିବାବେଳେ ୬ଜଣଙ୍କୁ ମାଗଣା ଖାଦ୍ୟ ଦିଆଯାଇଥିବାର ସୂଚନା ମିଳିଛି।ଏଥିରେ ପଞ୍ଚାୟତ ତଥା ଅଙ୍ଗନବାଡି ୱାର୍କର,ଆଶା କର୍ମୀ,ସ୍ଵାସ୍ଥ୍ୟ କର୍ମୀ,ଏସ ଏସ ଜି ମେମ୍ବର ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରାହୁଥିବାର ଜଣାପଡିଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ