କରୋନା ପାଇଁ ସଚେତନ ହେଉଛନ୍ତି ଲୋକେ
ବରୀ----ମହାମାରୀ କରୋନା ଭାଇରସ ସଚେତନତା ପାଇଁ ବରୀ ବ୍ଲକର ୨୯ ପଞ୍ଚାୟତର ଲୋକେ ସଚେତନତା ହେଉଥିବା ଶୁକ୍ରବାର ଦେଖିବାକୁ ମିଳିଛି । ବରୀ ଅଞ୍ଚଳର ସମସ୍ତ ମୁଖ୍ୟ ରାସ୍ତାରେ କର୍ଫୁ ଜାରି ହୋଇଥିଲା ବେଳେ ରାସ୍ତାଘାଟ ଶୂନସାନ ହୋଇଯାଇଛି । ସକାଳ ୭ଟାରୁ ପୂର୍ବାହ୍ନ ୯ ପର୍ଯନ୍ତ ଓ ଅପରାହ୍ନ ୩ ଟାର ୫ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରି ଦୋକାନ ଖୋଲା ରହୁଥିଲା ବେଳେ ଅନ୍ୟାନ୍ୟ ସବୁ ଦୋକାନ ବଜାର ବନ୍ଦ ହୋଇଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିଲାବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦିନମଜୁରିଆ,ଶ୍ରମିକ ୫ ଦିନ ହେଲା ଲକ ଡାଉନରେ ଛନ୍ଦି ହୋଇ ରହିଥିଲାବେଳେ ଅଧିକାଂଶ ଭୋକ ଓପାସରେ ଦିନ କାଟୁଥିବା ଜଣାପଡିଛି । ବରୀ ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଚେକ୍ ମାଧ୍ୟମରେ ଦେଇଥିଲା ବେଳେ ଯାଜପୁର ଜିଲ୍ଲାପାଳଙ୍କୁ ବରୀ ନିର୍ବାଚନ ମଣ୍ଡଳୀର କରୋନା ସହାୟତା ପାଇଁ ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୨ କୋଟି ଟଙ୍କା ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଏଥି ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଲକ ଡାଉନ ନିୟମକୁ ପାଳ କରିବା ପାଇଁ ବରୀ ନିର୍ବାଚନ ମଣ୍ଡଳିର ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଯାଜପୁର ଜିଲ୍ଲାପାଳ ଗୁରୁବାର ବରୀ ପରିଦର୍ଶନରେ ଆସି ଫେରିଯାଇଥିଲାବେଳେ ଶୁକ୍ରବାର ବ୍ଲକ ପ୍ରଶାସନ ପକ୍ଷରୁ ୨୯ଟି ପଞ୍ଚାୟତର ସରପଞ୍ଚ ମାନଙ୍କୁ ଡାକି କରୋନା ଭାଇରସ ସଚେତନତା ଉପରେ କର୍ମଶାଳା କରାଯାଇଥିବା ଜଣାପଡିଛି । ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତି ହୋଇଛି । ଏନେଇ ପ୍ରତ୍ୟେକ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ