ସତ୍ୟବାଦୀ ଗବକୁଣ୍ଡ ହାଟରୁ ଲୋକ ଖାଲି କଲା ପୋଲିସ
ସାକ୍ଷୀଗେ।।ପଳ--- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ ବଜାର ଠାରେ ବୁଧବାର ସାପ୍ତାହିତ ହାଟ ପାଳି । ସକାଳୁ ସକାଳୁ ହାଟରେ ଲୋକଙ୍କର ଗହଳି ଲାଗିଥିଲା । ଯାହାକି ପୋଲିସ ଏଠାରେ ପହଞ୍ଚି ଗହଳି ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି । ଲୋକମାନେ ପୋଲିସ କଥାକୁ ନ ଶୁଣିବାରୁ ପୋଲିସ ବାଧ୍ୟ ହୋଇ ତାର ଥାଡ୍ ଡ୍ରିଗ୍ରୀ ବ୍ୟବହାର କରିବାକୁ ପଡିଥିଲା । ରାଜ୍ୟ ସରକାର କରୋନା ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ଲକ୍ ଡାଉନ ଘୋଷଣା କରିଛନ୍ତି । ଅନ୍ୟ ପକ୍ଷେ ସକାଳ ୭ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପରିବା , ଗ୍ରୋସରୀ, ଅଣ୍ଡା, ମାଛ, ଚିକେନ, କ୍ଷୀର ଦେକାନ ଗୁଡିକ ଖୋଳିବା ପାଇଁ ନିୟମ ରହିଛି । ଏହାକୁ ନଜର କରି ଲୋକମାନେ ଜମା ହେବା ସହ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରୁନଥିବାର ଜଣାପଡିଛି । ହାଟରେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଉପସ୍ଥିତ ରହି ହାଟର ବ୍ୟବସାୟୀ ଓ ଗରାକ ମାନଙ୍କୁ ବିଶେଷ କରି ଦୂରତା ରକ୍ଷା କରିବା ପାଇଁ ସଚେତନତା କରାଇଥିଲେ ।